ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ବଢୁଛି ନା କମୁଛି: ତାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି
1 min read
ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ବଢୁଛି ନା କମୁଛି । ତାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।ଶାସକ ବିଜେପିର ଯୁକ୍ତି- ରାଜ୍ୟ ସରକାରଙ୍କ ପାଇଁ ସବୁଥିରେ କେନ୍ଦ୍ରର ସହଯୋଗ ଓ ସହଭାଗିତା ରହିଛି । ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ନେତୃତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଭେଟି ରାଜ୍ୟର ସ୍ବାର୍ଥ ଲାଗି ଆଲୋଚନା କରୁଛନ୍ତି । ଓଡ଼ିଶାକୁ ଆହୁରି କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ଯୁକ୍ତି- କେନ୍ଦ୍ରୀୟ ଅନୁଦାନ ଓଡିଶାରେ କମିବାରେ ଲାଗିଛି । ଗତ ୫ବର୍ଷରେ ଓଡିଶାକୁ ବିଜ୍ଞାନ ଓ କାରିଗରୀ ବିଭାଗ ଲାଗି ଟଙ୍କାଟିଏ ସହାୟତା ମିଳିନାହିଁ। ସଂସଦର ଏକ ପ୍ରଶ୍ନର ଉତ୍ତରେ ଖୋଦ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି। ପଞ୍ଚାୟତିରାଜ କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ଆର୍ଥିକ ସହାୟତା ପୂର୍ବବର୍ଷ ଅପେକ୍ଷା କମ ।
କେନ୍ଦ୍ରୀୟ ଅନୁଦାନ କମିବା ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି କେନ୍ଦ୍ର ପାଖରେ ଓଡିଶା ତାର ଦାବି ସଠିକ ଭାବେ ରଖିପାରୁନାହିଁ । ଯେହେତୁ ଓଡିଶାରେ ବିଜେପି ଓ କେନ୍ଦ୍ରରେ ବିଜେପି ସରକାର ତେଣୁ ତାହା ସମସ୍ୟା ହେଉଛି। କେନ୍ଦ୍ର ସରକାର ଓଡିଶାର ଚାଉଳ ନେଉନାହିଁ । ବାରମ୍ବାର ଦାବି ସତ୍ତ୍ବେ ଓଡିଶା ଚାଉଳ ଉଠାଉନାହିଁ ଏଫସିଆଇ । ଏହାର କାରଣ କଣ ବିଜେପି ସରକାର ଜଣାନ୍ତୁ ବୋଲି ବିଜେଡି କହିଛି । ଜବାବରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି- ୨୦୩୬ରେ ବିକଶିତ ଓଡିଶା ଗଠନ କରିବାକୁ ବାରମ୍ବାର କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା କରାଯାଉଛି । କେନ୍ଦ୍ରରେ ଯୁପିଏ ହେଉ କି ଏନଡିଏ ସରକାର । ଓଡିଶା ଲଗାତର ହୋଇଛି ଅବହେଳାର ଶିକାର।