ଏନଆରଇଜିଏସର ବକେୟା ଅର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ

1 min read
Politics Over CM Naveen Letter To PM Over Remaining Funds Allocation

ଭୁବନେଶ୍ୱର: ଟଙ୍କା ଦେଉନାହିଁ କେନ୍ଦ୍ର । ଏନଆରଇଜିଏସର ବକେୟା ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ । ଆଗକୁ ନିର୍ବାଚନ ଥିବାରୁ ବିଜେଡି ପୁଣି କେନ୍ଦ୍ରୀୟ ଅବହେଳାର କାର୍ଡ ଖେଳିଲା ବୋଲି ବିଜେପି କହିଛି । ସେପଟେ କଂଗ୍ରେସର କହିବା କଥା- କେବଳ ଚିଠି ଲେଖି ନୁହେଁ, ଜୋରଦାର ବିରୋଧ ହେବା ଦରକାର । ସମୀକ୍ଷକଙ୍କ ମତ ଏ ପ୍ରସଙ୍ଗରେ ସବୁ ଦଳ ଏକାଠି ହେବା ଆବଶ୍ୟକ ।

 Politics Over CM Naveen Letter To PM Over Remaining Funds Allocation

କମୁଛି ଅନୁଦାନ କଟୁଛି ଯୋଜନା । ବଢ଼ି ବଢ଼ି ଚାଲିଛି ବକେୟା ଅର୍ଥ । ଠିକ୍ ସମୟରେ ବି ମିଳୁନି ଅନୁଦାନ । ଲଗାତାର ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ତାର ହକ୍ ପାତରଅନ୍ତର ନୀତିକୁ ବଳବତ୍ତର ରଖିଛି । କେନ୍ଦ୍ର ଏପରି ଅବହେଳାକୁ ନେଇ ଜୋରଦାର ହୋଇଛି ସ୍ୱର । ଏନଆରଇଜିଏସର ବଳକା ଅର୍ଥ ଦେବା ନେଇ ପୁଣି କେନ୍ଦ୍ର ପାଖରେ ଦାବି ଦୋହରାଇଛି ରାଜ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ତାର ଏମଜିଏନଆରଇଏସ ପ୍ରାପ୍ୟ ଦେବା ପାଇଁ ଦାବି କରିଛି । ମୁଖ୍ୟମନ୍ତ୍ରୀଙ୍କ ଦାବି ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । କେନ୍ଦ୍ର ବିରୋଧରେ ଉଠିଛି ପ୍ରତିବାଦର ସ୍ୱର ।

 Politics Over CM Naveen Letter To PM Over Remaining Funds Allocation

ଏ ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ୍ କରିବା ସହ ଓଡ଼ିଶା ପ୍ରତି କେନ୍ଦ୍ର ବିଜେପି ସରକାରର ଲମ୍ବା ଅବହେଳା ତାଲିକା ଦେଇଛି ଦଳ । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ପ୍ରାପ୍ୟ କେନ୍ଦ୍ର ଉପରେ ବଢ଼ି ଚାଲିଥିବା ବେଳେ ଅନେକ କେନ୍ଦ୍ରୀୟ ସ୍କିମରେ ଅନେକ ପରିବର୍ତ୍ତନ କରି ରାଜ୍ୟକୁ ଶୋଷଣ କରି ଚାଲିଛି ବୋଲି ଦଳ ଅଭିଯୋଗ କରିଛି । ଏପରିକି ବିଭିନ୍ନ କେନ୍ଦ୍ରୀୟ ସ୍କିମୃରେ ପୂର୍ବରୁ ୯୦ ପ୍ରତିଶତ ୧୦ ପ୍ରତିଶତ ଅନୁପାତ ଥିବାବେଳେ ଏବେ ଏହାକୁ ୬୦:୪୦ କରି ଦିଆଯାଇଛି । ତେଣୁ କେନ୍ଦ୍ରର ଏ ଅବହେଳା ବିରୋଧରେ ଜୋରଦାର ଲଢ଼େଇ ହେବା ଦରକାର ବୋଲି କଂଗ୍ରେସ କହିଛି । ସେପଟେ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ବିଜେଡି ସବୁବେଳେ ଲଢ଼େଇ କରି ଆସିଛି ଓ କରିବ ବୋଲି ବିଜେଡି କହିଛି ।

 Politics Over CM Naveen Letter To PM Over Remaining Funds Allocation

ସେପଟେ ରାଜ୍ୟ ସ୍ୱାର୍ଥ ଭୁଲି ବିଜେପି କେନ୍ଦ୍ର ପାଇଁ ଓକିଲାତି କରିଛି । ଏପରିକି କେନ୍ଦ୍ର ଅନୁଦାନରେ ରାଜ୍ୟ ଚଳୁଥିବା ବିଜେପି ମୁଖପାତ୍ର କହିବାକୁ ପଛାଇ ନାହାଁନ୍ତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ସେପଟେ ରାଜନୀତି ସମୀକ୍ଷକ ମାନେ ଏ ପ୍ରସଙ୍ଗରେ ସବୁ ଦଳ ଏକ ହୋଇ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବା ଦରକାର ବୋଲି କହିଛନ୍ତି । ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ପାର୍ଟିକୁ ପଛ କରି ମାଟି ପାଇଁ ଲଢେଇ କରିବାକୁ ସମୀକ୍ଷକମାନେ କହିଛନ୍ତି ।

 Politics Over CM Naveen Letter To PM Over Remaining Funds Allocation

କୋଇଲା ସେସ୍ ବାବଦରେ ଗତ ୬ ବର୍ଷରେ ପାଖାପାଖି ୬୦ ହଜାର କୋଟି ଟଙ୍କା କେନ୍ଦ୍ର ଆଦାୟ କରିଥିବା ବେଳେ ରାଜ୍ୟ ସରକାର ଏଥିରେ ଓଡ଼ିଶାର ହକ୍ ୫୦ ପ୍ରତିଶତ ଦାବି କରିଛନ୍ତି । ଏନଆରଜିଏସରେ ୧୧ ହଜାର କୋଟି ଟଙ୍କା ଦେଉନାହିଁ କେନ୍ଦ୍ର । ସେହିପରି ପଞ୍ଚଦଶ ଅର୍ଥ କମିଶନ ୪୨ ପ୍ରତିଶତ ବଦଳରେ ବର୍ତ୍ତମାନ ୪୧ ପ୍ରତିଶତ କରି କେନ୍ଦ୍ର ରାଜ୍ୟକୁ ଏକ ପ୍ରତିଶତ ଭାଗ କମାଇ ଦେଇଛି । ସେହିପରି ୬ ବର୍ଷ ହେଲା କୋଇଲା ରୟାଲଟି ବି ସଂଶୋଧନ କରାଯାଇନାହିଁ । ଜିଏସଟି ଅର୍ଥ ଆବଶ୍ୟକ ଅନୁସାରେ ରାଜ୍ୟକୁ ଦିଆଯାଉନି । ଯାହାକୁ ନେଇ ଏବେ କେନ୍ଦ୍ର ବିରୋଧରେ ଶାଣିତ ହେଲାଣି ସ୍ୱର ।

Leave a Reply