ଶର୍ମିଷ୍ଠାଙ୍କ ସହ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଫଟୋକୁ ନେଇ ରାଜନୀତି

1 min read

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି । ସେଥିପାଇଁ ଗଣମାଧ୍ୟମ ମଧ୍ୟ ପ୍ରତି ମିନିଟରେ ଏହି ହତ୍ୟାକାଣ୍ଡ ସମ୍ପର୍କିତ ନୂଆ ନୂଆ ତଥ୍ୟ ପରିବେଷଣ କରିବାରେ ଲାଗିଛନ୍ତି । ଏହାରି ଭିତରେ କିନ୍ତୁ ପୁଣି କିଛି ରାଜନୈତିକ ଦଳ ରୁଟି ସେକିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ଦେଖନ୍ତୁ ଶର୍ମିଷ୍ଠାଙ୍କ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଫଟୋକୁ ନେଇ କେମିତି ଆରମ୍ଭ ହୋଇଛି ରାଜନୀତି ।

https://www.youtube.com/watch?v=gkq9WwlIILU

ଉପରୋକ୍ତ ଭିଡିଓରେ ଥିବା ଫେସବୁକ୍ତ ଆଇଡି ହେଉଛି ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ। ଏହି ଆକାଉଣ୍ଟରେ ଶର୍ମିଷ୍ଠା କଣ ସବୁ ପୋଷ୍ଟ କରି ଆସୁଥିଲେ ତାହା ଜଣାଇବା ଲାଗି ଏହାକୁ ଆମେ ସ୍କ୍ରଲ କରି ଦେଖାଉଛୁ । କ୍ରାଇମ ରିପୋର୍ଟର ଭାବେ ଶର୍ମିଷ୍ଠା କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରିବର୍ତ୍ତି ସମୟରେ ସେ ସଂପୂର୍ଣ୍ଣା ନାମକ ଏକ ଖବରକାଗଜ ବାହାର କରିଥିଲେ । ଏହାସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ ।

ରିପୋର୍ଟରରୁ ଖବରକାଗଜ ମାଲିକାଣୀ, ୱେବ ଚ୍ୟାନେଲ ଚଳାଇବା ଓ ଆଶ୍ରମ କରି ସମାଜସେବା କରିବା । କେନ୍ଦ୍ରାପଡାର ଝିଅ ଭୁବନେଶ୍ବରରେ ପରିଚିତ ହୋଇଗଲେ ସବୁ ମହଲରେ । ସାମ୍ବାଦିକ ଓ ସମାଜସେବୀ ଭାବେ ଅନେକ ଜଣାଶୁଣା, ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ହେଲା । ଆଉ ଏହି ସାକ୍ଷାତବେଳର ଫଟୋ ହିଁ ଏବେ ରାଜନୀତି ପାଇଁ ବେଶ୍ ଭଲ ଉପାଦାନ ପାଲଟିଛି।

ଶର୍ମିଷ୍ଠାଙ୍କ ସହ ଶାସକ ଦଳର କିଛି ନେତା ଓ ମନ୍ତ୍ରୀଙ୍କ ସହ ଫଟୋ ରହିଛି । ବିଜେପିର କିଛି ନେତା ମଧ୍ୟ ତାଙ୍କ ସହ ଫଟୋ ଉଠାଇଥିଲେ । କିଛି ଜଣାଶୁଣା ସମାଜସେବୀ ଓ ଅଧିକାରୀଙ୍କ ସହ ଶର୍ମିଷ୍ଠା ଫଟୋ ଉଠାଇଛନ୍ତି । ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ମଧ୍ୟ ଫଟୋ ରହିଛି ଶର୍ମିଷ୍ଠାଙ୍କର । ଆଜିକାଲି ଫେସବୁକ୍‌ରେ ଫଟୋ ପୋଷ୍ଟ କରିବା ଏକ ଟ୍ରେଣ୍ଡ ହୋଇଗଲାଣି । ହେଲେ ଜଣେ ଅଭିଯୁକ୍ତ ହୋଇଯିବା ପରେ ତା ସହ ଫଟୋ ଉଠାଇଥିବା ବ୍ୟକ୍ତି କେଉଁ ଯୁକ୍ତିରେ ଦୋଷୀ ହୋଇଯାଆନ୍ତି ବୋଲି ପ୍ରଶ୍ନ ଉଠିଛି

ମାନସ ହତ୍ୟାକାଣ୍ଡକୁ ନେଇ ପରୀ ଏପିଶୋଡ ରିପିଟ୍ କରିବାକୁ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ ଯୋଜନା ପ୍ରସ୍ତୁତ କରିଛି । ଫଟୋକୁ ନେଇ ବିଭ୍ରାନ୍ତ କରିବା ସହ ମୃତ ମାନସଙ୍କ ପରିବାର ଲୋକ ଏବଂ ତାଙ୍କ ବିଧବା ପତ୍ନୀଙ୍କୁ ବିଭ୍ରାନ୍ତ କରି ବୟାନବାଜି ଆରମ୍ଭ କରି ଦେଇଛନ୍ତି । ଫଟୋକୁ ଆଧାର କରି ଚିରାଚରିତ ଭାବେ ମାନସଙ୍କ ପତ୍ନୀଙ୍କ ମୁହଁରେ ଦୁଇ ଜଣ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିବାକୁ ଉଦ୍ୟମ ହୋଇଛି । ଯାହାକି ହୀନ ରାଜନୀତିକୁ ଇଙ୍ଗିତ କରୁଛି ବୋଲି ଆଇନଜୀବୀ କହିଛନ୍ତି ।

ଯେହେତୁ ଶର୍ମିଷ୍ଠା ଜଣେ ସମାଜସେବୀ ଓ ସାମ୍ବାଦିକା ଥିଲେ, ତେଣୁ ସେ ନିଜ ଆଡ଼ୁ ବିଭିନ୍ନ ପ୍ରଭାବଶାଳୀ ଲୋକଙ୍କୁ ପାଖରେ ପହଞ୍ଚି ଫଟୋ ଉଠାଉଥିଲେ । ତାଙ୍କ ଫେସବୁକ ଆକାଉଣ୍ଟରୁ ଏହା ସ୍ପଷ୍ଟ । ରାଜନୀତିରେ ଥିବା ଲୋକଙ୍କ ସହ ଯେକେହି ଫଟୋ ଉଠାଇପାରେ । ସେହିକ୍ରମରେ ଫଟୋକୁ ନେଇ ଅଯଥା ମାମଲାକୁ ଗୋଳମାଳିଆ ଏବଂ ବିଭ୍ରାନ୍ତ କରାନଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।