ଲେଖାଶ୍ରୀଙ୍କ ମନ୍ତବ୍ୟକୁ ଚାରିଆଡ଼ୁ ନିନ୍ଦା: ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ବୋଲି କହିଲେ ଅମର

1 min read

ଭୁବନେଶ୍ୱର: ଓଡ଼ିଶା ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନଜନକ କଥା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏନେଇ ଟ୍ୱିଟ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଆଗ ବିଜେପି ନେତା ବୈଜୟନ୍ତ ପଣ୍ଡା କହିଲେ, ଓଡ଼ିଶା ପାକିସ୍ତାନ ପରି । ଏବେ ଲେଖାଶ୍ରୀ କହୁଛନ୍ତି ଜଗନ୍ନାଥ କୋଲକାତାର ବୋଲି ୨୦୧୯ ନିର୍ବାଚନ ପୂର୍ବରୁ ଲୋକ ଜାଣିଥିଲେ  । ଏ କଥା ନିନ୍ଦନୀୟ ବୋଲି କହିଛନ୍ତି ଅମର ।

Dr. Amar Patnaik (@Amar4Odisha) | Twitter

ପିଲାଟିଏ ମଧ୍ୟ ଜାଣେ, ପ୍ରଭୁ ଜଗନ୍ନାଥ ପୁରୀରେ ଅଧିଷ୍ଠିତ | ସେ ଜଗତର ପ୍ରଭୁ, କୋଲକତାର ମଧ୍ୟ ପ୍ରଭୁ, ଏଥିରେ ଦ୍ୱିରୁକ୍ତି ନାହିଁ ! କିନ୍ତୁ କମ ସାଧାରଣ ଜ୍ଞାନ ଓ କୋଲକାତା ପ୍ରେମ ଯୋଗୁଁ ଅନ୍ଧ ଲୋକମାନେ ଏପରି କହୁଛନ୍ତି  । ଏହା ଲଜ୍ଜାଜନକ ବୋଲି କହିଛନ୍ତି ଅମର ପଟ୍ଟନାୟକ । ଜଗନ୍ନାଥ ଏବଂ ଓଡ଼ିଶା ପ୍ରତି ଏହା ଆପତ୍ତିଜନକ କଥା । ଓଡ଼ିଶାର ଲୋକମାନେ BJPକୁ ପ୍ରତ୍ୟାଖ୍ୟାନ କରିଥିବାରୁ ତୁମେ ଓଡ଼ିଶାବାସୀଙ୍କୁ ଅପମାନ କରିବାକୁ ଚାହୁଁଛ । କିନ୍ତୁ ସମସ୍ତେ ଜାଣନ୍ତି ଜଗନ୍ନାଥ ଓଡ଼ିଶାରେ ଓ ଓଡ଼ିଶାର ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରତିକ୍ରିୟା ରଖିଛନ୍ତି । ପ୍ରମିଳା କହିଛନ୍ତି, ଏହା ଲେଖାଶ୍ରୀଙ୍କର ନିର୍ବୋଧତା । ଜଗନ୍ନାଥପ୍ରେମୀଙ୍କ ମନରେ ଲେଖାଶ୍ରୀଙ୍କ ବୟାନ ଆଘାତ ଦେଇଛି । ପୁରୀ କହିଲେ ଜଗନ୍ନାଥ, ଜଗନ୍ନାଥ କହିଲେ ପୁରୀକୁ ବୁଝାଏ । ଜଗନ୍ନାଥଙ୍କୁ କୌଣସି ନେତାଙ୍କ ସହ ତୁଳନା କରିବା ନିର୍ବୋଧତା । ଲେଖାଶ୍ରୀଙ୍କ ଉଦେଶ୍ୟ ହେଉଛି ନେତାଙ୍କୁ ତେଲ ମାରିବା ଓ ପଦ ପଦବୀ ପାଇବା । ପୁରୀ ବାସୀଙ୍କୁ ଅପମାନିତ କରିବା । ସେ ନିଜ ଦଳ ଭିତରେ ନେତାଙ୍କ ସହ କଥା ହେଉନହାନ୍ତି । ପ୍ରଧାନମନ୍ତ୍ରୀ ମନ୍ତ୍ରୀ ପୁରୀ ଆସୁଛନ୍ତି । ଏପରି କହିବା ତାଙ୍କର କେବଳ ବାଚାଳାମି ।

ସେହିପରି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ନିନ୍ଦା କରିବା ସହ କହିଛନ୍ତି ଏପରି ଶସ୍ତା ମନ୍ତବ୍ୟ ଲେଖାଶ୍ରୀ ମ୍ୟାଡାମ ଦିଅନ୍ତୁ ନାହିଁ । ମୋ ଅନୁଭବରୁ କହୁଛି, ମୋତେ ଯେତେବେଳେ ବାହାରେ ପଚାରୁଥିଲେ ଓଡିଶା କେଉଁଠି ସେତେବେଳେ ଜଗନ୍ନାଥ ଧାମ ପୁରୀର ପରିଚୟ ଦେଉଥିଲି । ଏବେ କେମିତି ସମ୍ବିତ ପାତ୍ର ନୂଆ ପରିଚୟ ଦେଲେ ମୁଁ ଜାଣିପାରୁନାହିଁ ବୋଲି ପ୍ରଶ୍ନ ସୌମ୍ୟ କରିଛନ୍ତି ।

Leave a Reply