ରାଜନୈତିକ ହିଂସା, ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ

1 min read

ସୋରଡ଼ା: ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳି ନଥାଏ । ଛୋଟମୋଟର ଘଟଣା ଘଟୁଥିଲେ ବି ପଶ୍ଚିମବଙ୍ଗ କି ଅନ୍ୟ ରାଜ୍ୟ ପରି ଏଠାରେ ମୁଣ୍ଡ ଗଡ଼ି ନଥାଏ । ହେଲେ, ଅନ୍ୟ ରାଜ୍ୟ ପରି ଏଠାରେ ବି ନିର୍ବାଚନକୁ ବିଶୃଙ୍ଖଳିତ କରିବାକୁ ଚେଷ୍ଟା କରାଯାଉଛି । ବିଜେପି ନେତା ପ୍ରଚାର ସମୟରେ ତ ଯାହା ଦାଦାଗିରି କରୁଛନ୍ତି ତାହା ସାରା ଓଡ଼ିଶା ଦେଖୁଛି । ଏବେ ରାଜ୍ୟ ବିଜେପିର କର୍ମୀ ରକ୍ତାକ୍ତ ଆକ୍ରମଣ କରିବାକୁ ବି ପଛଉ ନାହାନ୍ତି । ଗଞ୍ଜାମ ଜିଲ୍ଲା ଭଗବାନପୁରରେ ବିଜେପି କର୍ମୀଙ୍କ ଆକ୍ରମଣରେ ଜଣେ ବିଜେଡି କର୍ମୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ସୋରଡା ଥାନା ଭଗବାନପୁର ଗାଁରେ ଗଣ୍ଡଗୋଳ ଘଟି ଦୁଇ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ  ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି । ଭଗବାନପୁର ଗାଁରେ ବିଜେପିର ପଦଯାତ୍ରା ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଜେଡି କର୍ମୀ ଭଗବାନ ଗୌଡ଼ ଆହତ ହୋଇଛନ୍ତି । ପଦଯାତ୍ରା ସମୟରେ ଗାଁର କିଛି ଲୋକ ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ଘରେ ପଶି  ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ସୋରଡ଼ା ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚାରଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି l