ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା : ଚାର୍ଜସିଟ ଦାଖଲ କରିବ ପୋଲିସ

ଭୁବନେଶ୍ବର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିବ ଖଣ୍ଡଗିରି ଥାନା ପୋଲିସ । ୨ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ ହେବ । ଚାର୍ଜସିଟରେ ଅର୍ଚନା ନାଗଙ୍କୁ ମୁଖ୍ୟ ଅଭିଯୁକ୍ତ ସଜାଯାଇଛି ।
ଅକ୍ଟୋବର ୬ତାରିଖରେ ଅର୍ଚନାଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ହନି ଟ୍ରାପ ଜରିଆରେ ଲୋକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଅର୍ଚନାଙ୍କ ବିରୁଦ୍ଧରେ ନୟାପଲି ଥାନା ପୋଲିସ ଚାର୍ଜସିଟ ଦାଖଲ କରିଥିଲା । ଖଗେଶ୍ୱର ନାଁରେ କୌଣସି ଅଭିଯୋଗ ନାହିଁ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।