spot_img

Latest Posts

ନକଲି ସାମ୍ବାଦିକ ସାବଧାନ,‘ପ୍ରେସ୍‌’ ଲେଖାଥିବା ଗାଡିର ଯାଞ୍ଚ କରିବ ପୋଲିସ

କଟକ: ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଲଗାମ ଦେବାକୁ ଅଣ୍ଟା ଭିଡିଛି କମିଶନରେଟ୍ ପୋଲିସ। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ  ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବା ବୋଲି  ପୋଲିସ କମିଶନର କହିଛନ୍ତି। ଏହା ଦ୍ୱାରା ନକଲି ସାମ୍ବାଦିକ ଠାବ ହୋଇ ପାରିବେ। ଏଥିରେ ସହଯୋଗ କରିବାକୁ ସାମ୍ବାଦିକ ଓ ସାମ୍ବାଦିକ ସଂଘଗୁଡିକୁ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁରୋଧ କରିଛନ୍ତି।

ଗଣମାଧ୍ୟମର ଗାଡ଼ିକୁ ସାଧାରଣତଃ ସବୁ ସ୍ଥାନକୁ ଯିବାକୁ ଅନୁମତି ରହିଥାଏ। ଅଧିକାଂଶ ଗଣମାଧ୍ୟମର ଗାଡ଼ିକୁ ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡ଼ିନଥାଏ । ସେଥିପାଇଁ ଗାଡ଼ିରେ ପ୍ରେସ୍‌ ଲେଖି ଅନେକ ସମୟରେ ଅସାମାଜିକ ବ୍ୟକ୍ତି ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଅପରାଧୀ ମଧ୍ୟ ତାଙ୍କ ଗାଡ଼ିରେ ପ୍ରେସ୍‌ ଲେଖି ଅପରାଧିକ ଷଡ଼ଯନ୍ତ୍ର କରୁଥିବାର ନଜିର ରହିଛି । ଲକଡାଉନ୍ କାଳରେ ଗାଡ଼ିରେ ପ୍ରେସ୍‌ ଲେଖି କିଛି ସାଧାରଣ ଲୋକ ବୁଲାବୁଲି କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପୋଲିସ୍‌  ଜାଲରେ ପଡିଥିଲେ । ଏପରିକି କିଛି ଅସାଧୁ ବ୍ୟକ୍ତି ନକଲି ପ୍ରେସ କାର୍ଡ୍ ମଧ୍ୟ ବିକ୍ରି କରୁଥିଲେ ।

Latest Posts

Don't Miss