ଖାକି ବର୍ଦ୍ଦି ନୁହେଁ, କରୋନାରୁ ବଞ୍ଚିବା ପାଇଁ ପୋଲିସ୍‌ ପିପିଇ କିଟ୍‌ ପିନ୍ଧି କରୁଛନ୍ତି ଯାଞ୍ଚ

Police Wears PPE Kit While Performing Duty At Traffic Post

ଭୁବନେଶ୍ୱର: କରୋନା ଭୟରେ ଭୟଭୀତ ସାରା ଦେଶ । କାହାକୁ ବି ଛାଡ଼ୁନି କରୋନା । ଦିନ ବଢିବା ସହ ତା କାୟା ବିସ୍ତାର କରୁଛି କରୋନା । କରୋନାଠୁ ନିଜକୁ ଦୂରେଇ ରଖିବାକୁ ଏକ ମାତ୍ର ପନ୍ଥା ହେଉଛି ସଚେତନତା । ତେଣୁ ରାଜ୍ୟରେ ୪ଜିଲ୍ଲାରେ ଗତକାଲି ରାତି ୯ଟାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ବ୍ଲକିଂ କରି ତାର ଚେକିଂ ଆରମ୍ଭ କରିଛି । ଅତି ଜରୁରୀ ନଥିଲେ ଘରୁ ବାହାରକୁ ବାରଣ କରାଯାଇଛି ।

ଏଭଳି ପରିସ୍ଥିତିରେ କେତକ ଅମାନିଆଙ୍କୁ ରୋକିବାକୁ ପୋଲିସ ତାପ ପ୍ରୟାସ ଜାରି ରଖିଛି । ସବୁ ସମୟରେ ସବୁ ପରିସ୍ଥିତିରେ ତାର ପାରିବା ପଣିଆ ଦେଖାଉଛି ପୋଲିସ । ଏହି ନିୟମ ପାଳନ କରୁ କରୁ କେତେକ କୋଭିଡ଼ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଛନ୍ତି । ଯାହା ପ୍ରଶାସନ ମୁଣ୍ଡ ବିନ୍ଧାର କାରଣ ପାଲଟି ଥିଲା । ଏଭଳି ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ପାଇଁ ଅହରହ ପରିଶ୍ରମ କରୁଥିବା ପୋଲିସ ଭାଇଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେଇଛି କମିସନରେଟ ପୋଲିସ୍ ।

ତେବେ ପୋଲିସ୍ ଭାଇମାନେ ପିପିଇ କିଟ୍ ପିନ୍ଧି ବାହାରି ପଡ଼ିଛନ୍ତି ଜନସାଧାରଣଙ୍କ ସେବା ପାଇଁ । କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ହେଉଥିବାରୁ ପୋଲିସ ନିଜ ସୁରକ୍ଷା ପାଇଁ ପିପିଇ କିଟ୍ ପିନ୍ଧି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଭୁବେନଶ୍ୱରରେ ବିଭିନ୍ନ ଛକରେ ପୋଲିସ ପିପିଇ କିଟ୍ ପିନ୍ଧି ଯାଞ୍ଚ କରୁଥିବା ଦେଖିବାକୁ ମିଲିଛି ।

Leave a Reply