ଏଣିକି ୪ ଦିନ ଭିତରେ ହେବ ପାସପୋର୍ଟ ଭେରିଫିକେସନ
1 min readଭୁବନେଶ୍ୱର: କମ୍ ସମୟରେ ହେବ ପାସପୋର୍ଟ ଭେରିଫିକେସନ। ଅତିକମରେ ୪ଦିନ ଭିତରେ ପାସ୍ପୋର୍ଟ ଯାଞ୍ଚ ହୋଇପାରିବ ବୋଲି ଓଡିଶା ପୋଲିସ ପକ୍ଷରୁ ସୂଚନା ମିଳିଛି।
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ପୋଲିସ ମାତ୍ର ୪ଦିନରେ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା ଶେଷ କରିଛି । ଦେଶରେ ତ୍ବରିତ ପାସପୋର୍ଟ ଯାଞ୍ଚ ପ୍ରକ୍ରିୟା କରିବାରେ ରାଜ୍ୟ ବେଶ ସଫଳତା ହାସଲ କରିଛି । 5T ଅଧିନରେ ଏହା ଅନ୍ତର୍ଭୁକ୍ତ। ସବୁ ଥାନାକୁ ଟାବଲେଟ୍ ବଣ୍ଟନ କରାଯିବା ସହ ସ୍ବତନ୍ତ୍ର ଆପ୍ ଇନଷ୍ଟଲ ହୋଇଛି। ଏହି ଆପ୍ ବ୍ୟତୀତ ସ୍ପେଶାଲ୍ ବ୍ରାଞ୍ଚ ଅଧିକ ସ୍ପଷ୍ଟ ଭାବେ ଭେରିଫିକେସନ୍ ଯାଞ୍ଚକୁ ଗାଇଡ୍ କରିବା ସହ ମନିଟରିଂ କରିବା ଆରମ୍ଭ କରିଦେଇଛି ।
ତେବେ ଅଗଷ୍ଟରେ ପାସପୋର୍ଟ ଯାଞ୍ଚ ପାଇଁ ୬ଦିନ ଲାଗୁଥିଲା । କିନ୍ତୁ ସେପ୍ଟେମ୍ବର ମାସର ପ୍ରଥମ ୧୫ ଦିନ ବେଳକୁ ପାସପୋର୍ଟ ଭେରିଫିକେସନ ପାଇଁ ଓଡ଼ିଶା ପୋଲିସକୁ ୪ଦିନ ଲାଗିଥିଲା । ଏନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି ।ଏଭଳି କାର୍ଯ୍ୟ ପାଇଁ ଥାନା ସ୍ତରରେ ପୋଲିସ କର୍ମଚାରୀ ଓ ଜିଲ୍ଲା ସ୍ତରରେ ଏସଏସପି ଓ ସ୍ପେଶାଲ ବ୍ରାଞ୍ଚକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।
ତେବେ ପୂର୍ବରୁ ୨୦୧୮ ଓ ୧୯ ମସିହାରେ ପାସପୋର୍ଟ ଯାଞ୍ଚ ପାଇଁ ୨୬ଦିନ ସମୟ ଲାଗୁଥିଲା । ପରେ ୨୦୨୦ରେ କରୋନା ଯୋଗୁଁ ଏଥିପାଇଁ ୩୬ ଦିନ ସମୟ ଲାଗିଥିଲା । ସେହିପରି ୨୦୧୭ରେ ୯୯ ଦିନ ଲାଗୁ ଥିବା ବେଳେ ୨୦୧୬ରେ ୯୦ ଦିନ ଏବଂ ୨୦୧୫ ମସିହା ବେଳକୁ ପାସପୋର୍ଟ ଯାଞ୍ଚ ପାଇଁ ୩୮ ଦିନ ସମୟ ଲାଗୁଥିଲା ।