ପୋଲିସ ଗାଡ଼ି ପୋଡ଼ିଦେଲେ ଉତ୍ୟକ୍ତ ଲୋକେ

ରାୟଗଡ଼ା: ଲଜ୍ଜା । ଥମିବାର ନାଁ ନେଉନି ଲଜ୍ଜା ଖବର । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍କୁଲର ପିଅନ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡଙ୍ଗା ସିଲ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଦୁଷ୍କର୍ମକାରୀ ପିଅନକୁ ପୋଲିସ ଅଟକ ରଖିଥିବା ବେଳେ, ଫାଣ୍ଡି ଆଗରେ ପୋଲିସ ଗାଡିକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକ । ସେହିପରି ଗଣ୍ଡଗୋଳ ଘଟଣାରେ ପୋଲିସ ୬ ଜଣ ଗ୍ରାମବାସୀଙ୍କୁ ଅଟକ ରଖିଛି । ଅନ୍ୟପଟେ ସ୍କୁଲ ପିଲା ସୁରକ୍ଷିତ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତେଣୁ ବିଦ୍ୟାଳୟରୁ ନିଜ ପିଲାଙ୍କୁ ନେଇ ଯିବାକୁ ଅଭିଭାବକ ଦାବି କରିଛନ୍ତି । ସେପଟେ ପୋଲିସ ଅଭିଯୋଗ ଗ୍ରହଣ କରିନଥିବା କହିଛନ୍ତି ପୀଡ଼ିତା ନବାଳିକାଙ୍କ ବାପା । ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ 144 ଜାରି ହୋଇଛି ।