ତବଲିଗି ଜମାତ୍‌ର ମୁଖିଆ ମୌଲାନା ସାଦ୍‌ର ମିଳିଲା ଠିକଣା: କ୍ୱାରେଣ୍ଟାଇନ୍‌ରେ ମୌଲାନା

1 min read

ନୂଆଦିଲ୍ଲୀ: ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧ କରିବାରେ ପ୍ରମୁଖ କାରଣ ବୋଲି କୁହାଯାଉଥିବା ନିଜାମୁଦ୍ଦିନ ମର୍‌କଜ୍‌ର ଆମୀର ମୌଲାନା ସାଦ୍‌କୁ ପୋଲିସ ଠାବ କରିଛି । ଦୀର୍ଘଦିନ ହେଲା ସେ ଫେରାର ଥିଲେ । ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କୁ ଦିଲ୍ଲୀର ଜାକିରନଗରରେ ଠାବ କରାଯାଇଛି । ତେବେ ତାଙ୍କୁ ପୋଲିସ ଏବେ କିଛି ପଚାରଉଚରା କରିବ ନାହିଁ । ଜମାତ ସହ ସମ୍ପୃକ୍ତ ଲୋକମାନେ ଯେଭଳି ବହୁଳଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେହିଦୃଷ୍ଟିରୁ ମୌଲାନା ସାଦ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଆଶଙ୍କ କରାଯାଉଛି । ତେଣୁ ତାଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ଅବଧି ନସରିବା ଯାଏଁ ତାଙ୍କୁ କୈାଣସି ପଚରାଉଚରା କରାଯିବ ନାହିଁ । ଅବଶ୍ୟ ପୋଲିସ ଏହା ମଧ୍ୟରେ ମୌଲାନାଙ୍କଠାରୁ କିଛି କାଗଜପତ୍ର ମାଗିଛି । ଏହା ମଧ୍ୟରେ ନିଜାମୁଦ୍ଦିନ ମରକଜରୁ ୬-୭ଟି ରେଜିଷ୍ଟର ଜବତ କରିବା ସହ କିଛି ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୫୦୦ ଅତିକ୍ରମ କରିସାରିଛି । ଏଥିରେ ମରକଜରେ ଯୋଗଦେଇଥିବା ଲୋକଙ୍କ ସଂଖ୍ୟ କେବଳ ୩୩୩ ବୋଲି ଜଣାପଡିଛି । ସେହିଭଳି ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିଥିବାବେଳେ ମରକଜ ସହ ସମ୍ପୃକ୍ତ ଲୋକଙ୍କ ସଂଖ୍ୟା ୧୬୦ । ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ମରକଜ ସହ ସଂପୃକ୍ତ ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Leave a Reply