ରତନ ଟାଟାଙ୍କୁ ଧମକ, ଅଭିଯୁକ୍ତ ବିଷୟରେ ଜାଣିବା ପରେବି ଗିରଫ କଲାନି ପୋଲିସ
1 min readମୁମ୍ବାଇ: ଦେଶର ଶ୍ରେଷ୍ଠ ଉଦ୍ଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କୁ ଧମକ ଦେଇଥିବା ଯୁବକର ପତ୍ତା ପାଇଛି ପୋଲିସ । ଯୁବକ ଜଣକ ରତନ ଟାଟାଙ୍କୁ ହତ୍ୟା ଧମକ ଦେଇଥିଲା । ଫୋନ କରିଥିବା ବ୍ୟକ୍ତି ସିଜୋଫ୍ରୋନିଆ ରୋଗରେ ପୀଡିତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।
PTI ଅନୁସାରେ କିଛି ଦିନ ପୂର୍ବରୁ ବ୍ୟକ୍ତି ଜଣକ ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି ପାଇଁ ଦାବି କରିଥିଲେ । ଏହାପରେ ସେ ଉଦ୍ଦ୍ୟୋଗ ଜଗତର ଜଣାଶୁଣା ଶିଳ୍ପପତିଙ୍କ ଅବସ୍ଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଭଳି ହେବ ବୋଲି ଧମକ ଦେଇଥିଲା ।
କଲ୍ ମିଳିବା ପରେ ମୁମ୍ବାଇ ପୋଲିସ ହାଇଆଲର୍ଟରେ ଆସିଥିଲା । ଏକ ସ୍ବତନ୍ତ୍ର ଟିମ ରତନ ଟାଟାଙ୍କ ସୁରକ୍ଷା ଦାୟିତ୍ବ ନେଇଥିଲା । ସେହିପରି ଆଉ ଏକ ଟିମ ଫୋନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଯୋଗା କରିଥିଲା । ଫୋନ କରିଥିବା ବ୍ୟକ୍ତିଙ୍କ ଲୋକେସନ୍ କର୍ଣ୍ଣାଟକରୁ ମିଳିଥିଲା । କିନ୍ତୁ ସେ ପୁଣେରେ ରହୁଥିଲା । ପୁଣେସ୍ଥିତ ବାସଭବନରେ ପୋଲିସ ପହଞ୍ଚିବା ବେଳକୁ ସେ ଘରେ ନଥିଲା । ସେ ୫ ଦିନ ଧରି ନିଖୋଜ ଥିବା ତା ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲା ।