spot_img

Latest Posts

ମୋବାଇଲ ଚୋରି ଅଭିଯୋଗରେ ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ

ସମ୍ବଲପୁର: ମୋବାଇଲ ଚୋରି ଅଭିଯୋଗରେ ୧୧ ବର୍ଷ ନାବାଳକଙ୍କୁ ୬ ଦିନ ଥାନାରେ ରଖି ଥାର୍ଡ ଡିଗ୍ରୀ । ଏନେଇ ସମ୍ବଲପୁର ସଦର ଥାନା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ମୋବାଇଲ ଚୋରି ଅଭିଯୋଗରେ ୧୧ ବର୍ଷିୟ ନାବାଳକକୁ ସଦର ଥାନା ପୋଲିସ ନେଇ ପଚରାଉଚୁରା କରିବା ସହ ମାଡ଼ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ନାବାଳକୁ ଥାନାରୁ ଆଣି ସିଡବ୍ଲୁସିରେ ହାଜର କରାଯାଇଥିଲା । ସିଡବ୍ଲୁସିର ପଚରା ଉଚୁରା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଚଷମା ପିନ୍ଧା ଜଣେ ଲେଡି ଅଫିସର ପାଇପ ଓ ବାଡିରେ ପିଟି ଦେହର ବିଭିନ୍ନ ସ୍ଥାନରେ କ୍ଷତ କରିଥିବା ନାବାଳକ ଜଣଙ୍କ ଅଭିଯୋଗ କରିଛନ୍ତି। ଯଦି କୈଣସି ଅପରାଧ ପାଇଁ ଶିଶୁକୁ ଥାନାରେ ରଖାଗଲା ତେବେ ୨୪ ଘଣ୍ଟା ଭିତରେ କାହିଁକି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଗଲା ନାହିଁ ବୋଲି ସିଡବ୍ଲୁସି ଅଧିକାରୀ ପ୍ରଶ୍ନ କରିଛନ୍ତି। ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି । ଘଟଣାପାଇଁ ଏକ ଟିମ ଗଠନ କରାଯାଇଛି । ତଦନ୍ତ ପରେ ସତ ସାମ୍ନାକୁ ଆସିଲେ ଦୃଢ଼ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି

Latest Posts

Don't Miss