ବ୍ରହ୍ମପୁର ଏସଡିଜେଏମରେ ପ୍ରଦୀପ ପାଣିଗ୍ରାହୀ, ରିମାଣ୍ଡରେ ନେଇପାରେ ଗୋଳନ୍ଥରା ପୋଲିସ

ଭୁବନେଶ୍ୱର: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡ଼ା ଜେଲରୁ ବ୍ରହ୍ମପୁର ନେଇଥିଲେ । ବିଭିନ୍ନ ମାମଲାରେ ଅର୍ଥ ହଡପ କରି ବନ୍ଧା ହୋଇଥିବା ଗୋପାଳପୁର ବିଧାୟକ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଆଜି ହାଜର ହୋଇଛନ୍ତି ।

କୋର୍ଟରେ ହାଜର ହେବା ପୂର୍ବରୁ କୋର୍ଟ ପରିସରରେ ପହଁଚିଥିଲେ ପ୍ରଦୀପଙ୍କ ପତ୍ନୀ । ସେପଟେ ଅଧିକ ତଦନ୍ଦ ପାଇଁ ବର୍ତ୍ତମାନ ୩ଦିନ ବ୍ରହ୍ମପୁର ଜେଲରେ ରହିବେ ପ୍ରଦୀପ ପାଣିଗ୍ରାହୀ। ଏହି ସମୟରେ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେ ବ୍ରହ୍ମପୁର ପୋଲିସ । ଟାଟା ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପଙ୍କ ନାଁରେ ଗୋଳନ୍ଥରା ଥାନାରେ ରହିଛି ଏକାଧିକ ମାମଲା ।

ଟାଟା ଠକେଇ ମାମଲାର ସତ୍ୟ ଖୁଲାସା ପାଇଁ ଜେରା କରିବ ବ୍ରହ୍ମପୁର ପୋଲିସ । ସେପଟେ କୋର୍ଟରେ ହାଜର ପରେ ନିଯୁକ୍ତି ଠକେଇ ମାମଲାର ଅଧିକ ଖୋଳତାଡ଼ ପାଇଁ ଗିରଫ ଗୋପାଳପୁର ବିଧାୟକଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଗୋଳନ୍ଥରା ଥାନା ପୋଲିସ ।

Leave a Reply