ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ, ଖୋଲିବ ଗୁମର

Police Taken Gobinda Sahoo In Five Days Remand In Mahaling Murder Case

ବଲାଙ୍ଗିର: ମମିତା ମେହେର ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅଭିଯୁକ୍ତ ଗୋବିନ୍ଦଙ୍କୁ ସାତ ଦିନିଆ ରିମାଣ୍ଡରେ ନେବା ଲାଗି ପୋଲିସ ଆବେଦନ କରିଥିଲା । କୋର୍ଟ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ନେଇ ଜେରା ବେଳେ ଗୋବିନ୍ଦ ଠାରୁ ପୂରା ଘଟଣାର ସତ ଉଗାରିବ ପୋଲିସ ।

Police Taken Gobinda Sahoo In Five Days Remand In Mahaling Murder Case

ପରକୀୟା ପ୍ରୀତିର ଭୟ ପାଇଁ ମମିତା ମେହେରଙ୍କୁ ହତ୍ୟା କରାଯାଇଛି । ଗାଡ଼ି ଭିତରେ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତା ମର୍ଡର ମିଷ୍ଟ୍ରି ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀରେ ଏଭଳି ଖୁଲାସା କରିଛନ୍ତି । ୮ ତାରିଖରେ ଗାଡ଼ି ଭିତରେ ମମତାଙ୍କୁ ହତ୍ୟା କରାଯାଇଥିଲା । ତେବେ ମମିତାଙ୍କୁ ଗୋବିନ୍ଦ ତଣ୍ଟିଚିପି ମାରିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ୯ ତାରିଖରେ ମୃତଦେହକୁ ପୋଡ଼ି ନଷ୍ଟ କରିବାକୁ ଗୋବିନ୍ଦ ଉଦ୍ୟମ କରିଥିଲା । କାର୍ଡବୋର୍ଡ ଓ ଟାୟାର ଜାଳି ପୋଡ଼ି ଦେଇଥିଲା ଅଭିଯୁକ୍ତ ।

Police Taken Gobinda Sahoo In Five Days Remand In Mahaling Murder Case

ଗୋବିନ୍ଦଙ୍କ ପରକୀୟା ପ୍ରୀତି ସମ୍ପର୍କ ବିଷୟରେ ଜାଣିଥିଲେ ମମିତା । ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେବା ଲାଗି ଷଡ଼ଯନ୍ତ୍ର ରଚା ଯାଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ । ପୋଲିସ ୧୩ ତାରିଖରେ ଗୋବିନ୍ଦଙ୍କୁ ଉଠାଇ ନେଇଥିବା ବେଳେ ୧୭ ତାରିଖ ରାତିରେ ସେ ଜେଲ ପାଚେରି ଡେଇଁ ପଳାଇଥିଲା । ୧୯ ତାରିଖରେ ଆଖୁ କିଆରିରୁ ଗୋବିନ୍ଦକୁ ଧରିଥିଲା ପୋଲିସ ।

Leave a Reply