ପୋଲିସ ବାବୁଙ୍କ ପ୍ରେମ ପ୍ରତାରଣା: ବିବାହ ପ୍ରତିଶ୍ରୁତି ଦେଇ ଲୁଟିଲେ ଇଜ୍ଜତ, ବାନ୍ଧିଲା ପୋଲିସ

ଜଳେଶ୍ବର: ପୋଲିସ ବାବୁଙ୍କ ଯୌନ କେଳେଙ୍କାରୀ । ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କଲେ । ପରେ ବିବାହ କରିବାକୁ କଲେ ମନା । ଥାନାରେ ଅଭିଯୋଗ ପରେ ପୋଲିସ ବାବୁଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ମାଲକାନଗିରି ଏସଓଜିର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକ୍ଟର ବିଜୟ କୁମାର ସାହୁଙ୍କୁ ପୋଲିସ ପ୍ରେମ, ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗରେ ଗିରଫ କରାଯାଇଛି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଡ଼ ତାଳପଦା ଗ୍ରାମର ବିଜୟ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ହେଲେ ପୋଲିସ ଚାକିରି କରିବା ପରେ ବିଜୟ ଯୁବତୀଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହାକୁ ନେଇ ଯୁବତୀ ଜଣଙ୍କ ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଜୟଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ମାଲକାନଗିରି ଏସଓଜିରେ ସବଇନ୍ସପେକ୍ଟର ବିଜୟ ସାହୁ ଟ୍ରେନିଂ ନେଇଛନ୍ତି ।