ନାକ ତଳେ ଘଟିଲା ହତ୍ୟାକାଣ୍ଡ, ଟେର ପାଉନି ପୋଲିସ

1 min read

ଭୁବନେଶ୍ୱର:  ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାର ୨ଦିନ ପରେ ବି ପୋଲିସର ହାତ ଖାଲି। କୁଆଡ଼େ ଗଲେ ଅମାବାସ୍ୟା ଅନ୍ଧାର ରାତିର ଅପରାଧୀ। ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀକୁ ଧରିବା ଦୂରର କଥା, ଛାଇ ମାଡ଼ି ପାରୁନି କମିଶନରେଟ ପୋଲିସ।

 

ପୋଲିସର ସୂଚନା ଅନୁସାରେ, ହତ୍ୟାକାଣ୍ଡରେ ୨୦ରୁ  ଅଧିକ ଅଭିଯ଼ୁକ୍ତ ସଂପୃକ୍ତ ଅଛନ୍ତି। ଅଭିଯ଼ୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଛି କମିଶନରେଟ ପୋଲିସ। ୬ଟିମ ଗଠନ ହୋଇଥିବା ବେଳେ ଟିମ୍‌କୁ ଲିଡ କରୁଛି ସ୍ପେଶାଲ ସ୍କ୍ୱାଡ୍ । ହତ୍ୟାକାରୀଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ପୋଲିସର ତଦନ୍ତ ଉପରେ ଅମରେଶଙ୍କ ପରିବାର ଲୋକେ  ଭରସା ରଖିଛନ୍ତି । ସେପଟେ ହତ୍ୟାକାରୀମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଫେରାର ହୋଇଥିବା ସୂଚନା ରହିଛି।

 

 

 

ଏଠାରେ ପ୍ରଶ୍ନ ଉଠୁଛି ଅମେରଶ ହତ୍ୟାକାଣ୍ଡ ପଛରେ କାରଣ କଣ? ଅମରେଶ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ବେଳେ ଅନେକ ସଂଗଠନ ସହ ସେ ଜଡିତ ଥିଲେ।

ହତ୍ୟା ପଛରେ ରାଜନୈତିକ କାରଣ ରହିଛି କି? ବାଣ ଫୁଟାଇବାକୁ କେନ୍ଦ୍ରକରି ବଚସାରୁ ହତ୍ୟାକାଣ୍ଡ ଘଟିଛି ନା ଅନ୍ୟ କିଛି କାରଣ ଥାଇପାରେ ଏନେଇ ତଦନ୍ତ କରିବ ପୋଲିସ । ଅମରେଶ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଏକ ଘଟଣାକୁ ନେଇ ମୀମାଂସା ହୋଇଥିବା ବେଳେ ହତ୍ୟାକାଣ୍ଡ ଘଟିଲା କେମିତି?ଯ଼ୋଜନବଦ୍ଧ ଭାବରେ ଅମେରେଶକୁ ହତ୍ୟା କରାଯାଇଛି କି? ଏହି ହତ୍ୟାକାଣ୍ଡ ପୁଲିସର ଅବହେଳା ନେଇ ବିଭିନ୍ନ ପ୍ରଶ୍ନ ଛିଡ଼ା କରିଛି ।

  • ଥାନା ଠାରୁ 50 ମିଟିର ଦୂରରେ ହତ୍ୟାକାଣ୍ଡ ଘଟିଥିବା ବେଳେ କେମିତି ଜାଣି ପାରିଲାନି ପୋଲିସ?
  • ଦୀପାବଳି ରାତିରେ ଥାନା ପଛ ପଟେ ବାଣ ଫୁଟାଇ ଭୋଜି କରୁଥିବା ବେଳେ କ’ଣ କରୁଥିଲା ପୋଲିସ?
  • ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଥିବା ବେଳେ କଣ କରୁଥିଲା ସ୍ପେଶାଲ ଟିମ?
  • କୁଆଡେ ଯାଇଥିଲା ପୋଲିସର ପିସିଆର ପାଟ୍ରୋଲିଂ ଭ୍ୟାନ?

ଦୀପାବଳି ବିଳମ୍ବିତ ରାତିରେ ଅମେରେଶ ନାୟକଙ୍କୁ ଠେଙ୍ଗା ଓ ମାରଣାସ୍ତ୍ରରେ ୨୦ରୁ ଅଧିକ ଯ଼ୁବକ ପିଟିପିଟି ହତ୍ୟା କରିଥିବା ଜଣା ପଡିଛି। ଏହି ଘଟଣାରେ ପୂର୍ବତନ କର୍ପୋରେଟରଙ୍କୁ ଥାନାରେ ଅଟକ ରଖିବା ପରେ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ହତ୍ୟାକାଣ୍ଡର ସମସ୍ତ ଅଭିଯ଼ୁକ୍ତ ଗିରଫ ହେଲା ପରେ ହତ୍ୟାକାଣ୍ଡ କାରଣ ଜଣାପଡ଼ିବ ବୋଲି କହିଛି କମିଶନରେଟ ପୋଲିସ । ')}

Leave a Reply