ଅନ୍ଧାରରେ ଚାଲୁଛି ଥାନା କାର୍ଯ୍ୟ, ଟର୍ଚ୍ଚ ମାରି ଏଫଆଇଆର ଲେଖୁଛନ୍ତି ଅଭିଯୋଗକାରୀ
1 min readକୋଣାର୍କ : ସରକାର ପରିବର୍ତ୍ତନ ପରେ କେବଳ ନୂତନ ସରକାର ରଙ୍ଗ ବଦଳାଇବା ଚାଲିଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ବାସ୍ତବ ଘଟଣା ସାମ୍ନାକୁ ଆସିଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅସ୍ତରଙ୍ଗ ଥାନା କାର୍ଯ୍ୟ ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟରେ । ବିଦ୍ୟୁତ କଟିଗଲେ ଅନ୍ଧାର ହୋଇଯାଉଛି ଅସ୍ତରଙ୍ଗ ନୂତନ ଥାନା । ଅଭିଯୋଗକାରୀଙ୍କ ମୋବାଇଲ ଟର୍ଚ୍ଚ ଲାଇଟିରେ ଅଭିଯୋଗ ଲେଖୁଛନ୍ତି ଥାନା କର୍ମଚାରୀ । କର୍ମଚାରୀ ଟର୍ଚ୍ଚ ମାରି ଥାନା କାର୍ଯ୍ୟ କରୁଛନ୍ତି । ବିଦ୍ୟୁତ ନ ଥିବାରୁ ସିସିଟିଭି ମଧ୍ୟ ଚାଲୁନାହିଁ । ପଦାରେ ପଡ଼ିଛି ରାଜ୍ୟ ସରକାରଙ୍କ ବାସ୍ତବ ଚିତ୍ର । ଅସ୍ତରଙ୍ଗ ଥାନାକୁ ମଡେଲ ଥାନା ଭାବେ ନିର୍ମାଣ କରିବାକୁ ପୂର୍ବ ସରକାର ୨୦୨୧-୨୨ ମସିହାରେ ୨କୋଟି ୨୮ଲକ୍ଷ ୧୩ହଜାର ଟଙ୍କା ମଞ୍ଜୁର କରିଥିଲେ । ରାଜ୍ୟ ବିଜେପି ସରକାର ମଡେଲ ଥାନାର ରଙ୍ଗ ପରିବର୍ତ୍ତନ କରି ଡିସେମ୍ବର ୧୬ ତାରିଖରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଦ୍ୟୁତ କଟିଗଲେ କର୍ମଚାରୀ କିମ୍ବା ଆସିଥିବା ଜନସାଧାରଣ ମୋବାଇଲି ଟର୍ଚ୍ଚ ମାରି ବସୁଛନ୍ତି । ଯାହାକି ଅନ୍ଧାର ସୁଯୋଗ ନେଇ କେତେ ବେଳେ କିଛି ଅଘଟଣ ଘଟିପାରେ ବୋଲି ଆଶଙ୍କା କରାଯାଉଛି । ସରକାର ଦୃଷ୍ଟିଦେଇ ତୁରନ୍ତ ୨୪ଘଣ୍ଟିଆ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।