spot_img

Latest Posts

ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଥାନା, ବିଦ୍ୟୁତ କାଟ ହେଲେ ଥାନାରେ ବିକଳ୍ପ ବ୍ୟବସ୍ଥା ନାହିଁ

ପୁରୀ: ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଥାନା। ପୁରୀ ଜିଲ୍ଲା କାକଟପୁର ଥାନାରେ ଏ ଅଭାବନୀୟ ଦୃଶ୍ୟ। ବିଦ୍ୟୁତ କାଟ ହେଲେ ଥାନାରେ ବିକଳ୍ପ ବ୍ୟବସ୍ଥା ନାହିଁ। ଲଣ୍ଠନ କିମ୍ବା ମହମବତୀ ଟିଏ ମଧ୍ୟ ନାହିଁ। ପୋଲିସ ବାବୁ ନିଜ ପକେଟରୁ ମୋବାଇଲ ବାହାର କରି ଥାନା କାମ କରୁଛନ୍ତି। ସରକାର  ଥାନାରେ ରାତିରେ ବିକଳ୍ପ ଆଲୋକ ବ୍ୟବସ୍ଥା କରିପାରିନାହାନ୍ତି। କାକଟପୁର ଥାନା ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟରେ। ବ୍ୟବସ୍ଥା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ଥାନାରେ ଭିତ୍ତିଭୂମି ସଠିକ ନଥିବାରୁ ବିଦ୍ୟୁତ କଟିଗଲେ କର୍ମଚାରୀ କିମ୍ବା ଥାନାକୁ ଆସୁଥିବା ଜନସାଧାରଣ ମୋବାଇଲ ଟର୍ଚ୍ଚ ମାରି ବସୁଛନ୍ତି।ଅନ୍ଧାର ସୁଯୋଗ ନେଇ କେତେବେଳେ କିଛି ଅଘଟଣ ମଧ୍ୟ  ଘଟିପାରେ। ବିଦ୍ୟୁତ କଟିଯିବାରୁ ପୋଲିସ କର୍ମୀ ଓ ଥାନାକୁ ଆସିଥିବା ଲୋକେ  ଦୀର୍ଘ ସମୟ ଅନ୍ଧାରରେ ବସି ରହିଥିଲେ।ବିଦ୍ୟୁତ ନଥିବାରୁ ଦୀର୍ଘ ସମୟଧରି  ଥାନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।ଅଭିଯୋଗକାରୀ ମୋବାଇଲ ଟର୍ଚ୍ଚ ଲାଇଟରେ ଅଭିଯୋଗ ଲେଖୁଛନ୍ତି। ବିଦ୍ୟୁତ ନ ଥିବାରୁ ସିସିଟିଭି ମଧ୍ୟ ଚାଲୁନାହିଁ।ଘଟଣାକୁ ଦୃଷ୍ଟିରେ ରଖି ତୁରନ୍ତ ୨୪ଘଣ୍ଟିଆ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି…

Latest Posts

Don't Miss