ଖଟି-ଆଡ଼ାରେ ପୋଲିସ, ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆକ୍ସନ

1 min read

ଭୁବନେଶ୍ୱର: ରାଜଧାନୀରେ ବାଇକରେ ବୁଲିଲା ପୋଲିସ । ଛକ ଛକରେ, ଖଟି, ଆଡ଼ାରେ ପହଁଚି ସ୍ଥିତି ପରଖିଲେ । ସହରରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ “ସେଫ ସିଟି ଡ୍ରାଇଭ” ଆରମ୍ଭ କରାଯାଇଛି । କମିଶନରେଟ ପୋଲିସର ସେଫ୍‌ ସିଟି ଡ୍ରାଇଭ । ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରେ ହେଉଛି ବାଇକ ପାଟ୍ରୋଲିଂ ।

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ଚାଲିଛି ସେଫ ସିଟି ଡ୍ରାଇଭ । ପେଟ୍ରୋଲିଂ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଖଟି ଏବଂ ମୋଟର ଯାନ ଚେକିଂ ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି । ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ନିଆଯାଉଛି କଡ଼ା ଆକ୍ସନ । ଅଭିଯାନରେ ବିଭିନ୍ନ ଥାନାର ପିଓପିଡି ଓ ଟିମ-୬୦ର ଅଧିକାରୀ ଏବଂ କର୍ମଚାରୀ ସାମିଲ ହେଉଛନ୍ତି ।