ସୌମ୍ୟରଞ୍ଜନ ଓ ବିଦ୍ୟା ଭାରତୀଙ୍କ ମୋବାଇଲ୍ ଜବତ କଲା ପୋଲିସ

Police Seized ACF Soumyaranjan And Bidyabharatee Mobile

ବାଲେଶ୍ୱର: କେମିତି ପୋଡ଼ି ହେଲେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ । ସୌମ୍ୟଙ୍କ ମୃତ୍ୟୁ ଶହ ଶହ ପ୍ରଶ୍ନ ଛିଡ଼ା କରିଛି । ମ୍ୟାରେଜ୍ ଏଗ୍ରିମେଣ୍ଟ ଠାରୁ ନେଇ ସୌମ୍ୟଙ୍କ ବାପା,ମାଆଙ୍କ ବୟାନରୁ ବୁଝା ପଡ଼ୁଛି ବିଦ୍ୟାଙ୍କ ସହ ସୌମ୍ୟଙ୍କ ଭଲ ପଡ଼ୁ ନଥିଲା । ଆଜି ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ କପ୍ତିପଦା ସ୍ଥିତ ସୌମ୍ୟଙ୍କ ଶ୍ୱଶୁର ଘରେ ବିଦ୍ୟାଙ୍କୁ ମାରାଥନ୍ ଜେରା କରିଥିଲା ।

Police Seized ACF Soumyaranjan And Bidyabharatee Mobile

ଜେରା ପରେ ପୋଲିସ ବିଦ୍ୟା ଭାରତୀ ଓ ସୌମ୍ୟରଞ୍ଜନଙ୍କ ମୋବାଇଲ ଜବତ କରିଛି । ଜବତ ମୋବାଇଲକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବ । ମୋବାଇଲରୁ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ବୁଢ଼ିଆଣୀ ଜାଲ ଉପରୁ ପରଦା ହଟିପାରେ । ଆଜି ପୋଲିସ ବିଦ୍ୟା ଭାରତୀଙ୍କୁ ପଚରାଉଚରା କରିଥିବା ବେଳେ ଆସନ୍ତାକାଲି ବିଦ୍ୟା ଓ ତାଙ୍କ ବାପା, ମାଆଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି ।

କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ? କେମିତି ପୋଡ଼ିହେଲେ ? ସୋମବାର କାଳ ରାତିରେ କଣ ହୋଇଥିଲା ? ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା ? ପାରିବାରିକ କଳହ, ପରକୀୟା ପ୍ରୀତି, ବଲାଙ୍ଗିରରେ ବ୍ୟାଚଲର ପାର୍ଟି ନେଇ ପୋଲିସ ବିଦ୍ୟାଙ୍କୁ ପଚାରିଛି । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର । ଡିଏଫଓଙ୍କ ସହ ବିଦ୍ୟାଙ୍କ ଅନୈତିକ ସମ୍ପର୍କ ଯୋଗୁଁ ସୌମ୍ୟ ମାନସିକ ଚାପରେ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Police Seized ACF Soumyaranjan And Bidyabharatee Mobile

ଘଟଣାର ୬ଦିନ ପରେ ଆଜି ବିଦ୍ୟାଙ୍କୁ ପଚରାଉଚରା କରିଛି ପୋଲିସ । ହତ୍ୟା, ଆତ୍ମହତ୍ୟା ନା ଅଘଟଣ, ଅନେକ ପ୍ରଶ୍ନର ଅଡୁଆ ସୂତାରେ ଛନ୍ଦି ହୋଇଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା । ସମସ୍ତ ଅଭିଯୋଗ ନେଇ ବିଦ୍ୟାଙ୍କୁ ଜେରା କରୁଛି ପୋଲିସ ।

Leave a Reply