ଜଗତସିଂହପୁରରେ କାର ସହ ୨୨ ଲକ୍ଷ ଟଙ୍କା ଜବତ କଲା ପୋଲିସ

ଜଗତସିଂହପୁର: ଜଗତସିଂହପୁରରେ କାର ସହ ୨୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତିନି ବସ୍ତା ଓ ଏକ ବ୍ୟାଗ ଭର୍ତ୍ତି ଟଙ୍କା ଜବତ ହୋଇଛି । ଜଗତସିଂହପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ସମସ୍ତ ଟଙ୍କା ଜବତ କରି ଦୁଇ ଜଣଙ୍କୁ ବିରିଡ଼ି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ବସ୍ତା ଓ ବ୍ୟାଗରେ ୧୦ ଟଙ୍କିଆ ବିଡ଼ା ଥିବା ସୂଚନା ମିଳିଛି । ବିପୁଳ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା ଏହାର ତନାଘନା କରୁଛି ପୋଲିସ ।