ବାଲେଶ୍ୱର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଘଟଣା, ଭୁବନେଶ୍ୱରରୁ ଗଲା ସାଇଣ୍ଟିଫିକ୍ ଟିମ୍
1 min readବାଲେଶ୍ୱର: ସିଲ୍ ହେଲା ଫାଲକନ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି । ଗତକାଲି ସନ୍ଧ୍ୟାରେ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ହୋଇ ୧୦୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଘଟଣା ପରେ ବାଲେଶ୍ୱର ଜିଲ୍ଲା ପୋଲିସ ଫାଲକନ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ ସିଲ୍ କରିଛି । ପୋଲିସ ଖନ୍ତାପଡ଼ା ଥାନାରେ ମାମଲା ରୁଜୁ କରି ଫ୍ୟାକ୍ଟ୍ରିର ୭ଜଣ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଏବେ ବି ୧୨୦ ଜଣ ଅସୁସ୍ଥ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ଗ୍ୟାସ୍ ଲିକ୍ ଘଟଣା ପରେ ବାଲେଶ୍ୱର ମେଡିକାଲରେ ପହଞ୍ଚି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥଙ୍କୁ ଭେଟିଛନ୍ତି । ତେବେ, ଫ୍ୟାକ୍ଟ୍ରିରେ ଆଇନ ଉଲ୍ଲଂଘନ କରି ଶିଶୁଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଥିବାରୁ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଗ୍ୟାସ୍ ଲିକ୍ ଘଟଣାର ଯାଞ୍ଚ ପାଇଁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ୍ ଟିମ୍ ବାଲେଶ୍ୱର ଯାଇଛି । ତେବେ, କେଉଁ ପରିସ୍ଥିତିରେ ଗ୍ୟାସ୍ କିଭଳି ଲିକ୍ ହେଲା ଟିମ୍ ତାର ଖୋଳତାଡ଼ କରିବ । ତେବେ, ଫାଲକନ କର୍ତ୍ତୃପକ୍ଷ ଶ୍ରମିକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିନଥିବାରୁ ଏପରି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ')}