ଭଉଣୀଙ୍କୁ ଏକତରଫା ପ୍ରେମ କରୁଥିଲା ବୋଲି ଏମିତି କଲା ଭାଇ , ୩ମାସ ପରେ ମିଳିଲା କଙ୍କାଳ

ଗୁଣୁପୁର: ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ୩ମାସ ପରେ ମିଳିଲା ମୃତ ଦେହ ଗିରଫ ହେଲେ ୩ ଅଭିଯୁକ୍ତ । ଏକତରଫା ପ୍ରେମ ପାଇଁ ଚାଲିଗଲା ଜୀବନ । ଭଉଣୀଙ୍କୁ ଏକତରଫା ପ୍ରେମ କରୁଥିଲେ ବୋଲି ହତ୍ୟା ଷଡଜନ୍ତ୍ର ରଚିଥିଲା ଭାଇ । ଗିରଫ ପରେ ୩ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରିଛି  ଚନ୍ଦ୍ରପୁର ପୋଲିସ । ଅଭିଯୁକ୍ତମାନେ ହେଲେ ନକୁଳ ଦଣ୍ଡସେନା, ରଘୁନାଥ ଭଟ, ଗଣେଶ୍ୱର ସାହୁ। ଘଟଣାସ୍ଥଳରୁ ମୃତ ଯୁବକ ମନୋରଂଜନ ବଳିଆରସିଂଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମନୋରଂଜନ କନ୍ଧମାଳ କୁଟଗଡ଼ର ବାସିନ୍ଦା ହୋଇଥିବା ବେଳେ ୩ମାସ ହେବ ନିଖୋଜ ଥିଲେ । ଏନେଇ ମୃତକଙ୍କ ଭାଇ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ କରିଥିଲେ ।

ମୃତ ମନୋରଞ୍ଜନ ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣିକୁ ଏକତରଫା ପ୍ରେମ କରୁଥିଲେ । ବିଭିନ୍ନ ସମୟରେ ସେ ନକୁଳଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ଏବଂ ଏହାକୁ ପରିବାର ଲୋକେ ଘୋର ବିରୋଧ କରିଆସୁଥିଲେ । ଶେଷରେ ମନୋରଂଜନଙ୍କୁ ରାସ୍ତାରୁ ହଟାଇବାକୁ ନକୁଳ , ତାଙ୍କ ନିଜ ଜ୍ୱାଇଁ ଓ ସହଯୋଗୀ ସହ ମିଶି ହତ୍ୟାର ଷଡଯନ୍ତ୍ର ରଚିଥିଲେ  ।

ଷଡଜନ୍ତ୍ର ମୁତାବକ ମନୋରଂଜନଙ୍କୁ ହତ୍ୟା କରି ଏକ ପଥର ଖୋଲ ଭିତରେ ପୁରାଇ ଦେଇଥିଲେ । ତେବେ ଏନେଇ ପୋଲିସ ଖବର ପାଇ ପ୍ରଥମେ ମନୋରଂଜନଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ଏବଂ ଏହାପରେ ଅଭିଯୋଗ ମାନଙ୍କୁ ଗିରଫ କରିଥଲେ । ତେବେ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଷଡଯନ୍ତ୍ର  ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।

Leave a Reply