ରାତିରେ ଚାଲିଥିଲା ରାଜଧାନୀରେ ରେଭ୍ ପାର୍ଟି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ରେଭ୍ ପାର୍ଟି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପାର୍ଟି । ରଙ୍ଗୀନ ଆଲୋକ ସାଙ୍ଗକୁ ଡିଜେ ମ୍ୟୁଜିକ ଝୁମୁଥିଲେ ଯୁବକ ଓ ଯୁବତୀ । ନିୟମକୁ ଖୋଲାଖୋଲି ଉଲ୍ଲଂଘନ ନେଇ ରିସୋର୍ଟରେ ଅତର୍କିତ ଚଢାଉ କରିଥିଲା ଚନ୍ଦକା ଥାନା ପୋଲିସ । ରେଭ୍ ପାର୍ଟିରେ ଚଢାଉ କରିବା ସହ ପୋଲିସ ସେଠାରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଥିଲା  ।

ମିଳିଥିବା ସୂଚନା ମୁତାବକ ପୋଲିସର ବିନା ସୂଚନାରେ ଚନ୍ଦକା ଥାନା ଅଞ୍ଚଳରେ ରେଭ ପାର୍ଟି ଚାଲିଥିଲା  ।  ନିଶା ସେବନ ସାଙ୍ଗକୁ ସେଠାରେ ଜମିଥିଲା ନୃତ୍ୟ ଗୀତର ଆସର । ଏ ନେଇ ପୋଲିସ ସୂଚନା ପାଇବା ପରେ ପାର୍ଟି ଚାଲିଥିବା ସ୍ଥାନରେ ଚଢାଉ କରିଥିଲା  । ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ରିସୋର୍ଟରୁ ବିପୁଳ ପରିମାଣର ମଦ ଜବତ ହୋଇଛି ।