କରୋନା ପାଇଁ ବିବାହା ମଣ୍ଡପରେ ଚଢ଼ାଉ, ମଣ୍ଡପ ମାଲିକକୁ ଥାନାରେ ଅଟକ
କଳାହାଣ୍ଡି: ରାଜ୍ୟରେ କରାନା ଭାଇରସ୍କୁ ନେଇ କଡ଼ା ପଦକ୍ଷେପ ମାନ ନିଆଯାଇଛି । କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକାଠି ନହେବା ପାଇ ନିର୍ଦ୍ଦେଶ ହୋଇଛି । ବିବାହ ବ୍ରତଘର କି କୌଣସି ପ୍ରକାରର ଜନଗହଳିପୂର୍ଣ୍ଣ କାର୍ଯ୍ୟ ପାଇଁ ମନା କରାଯାଇଛି ।
କିନ୍ତୁ ଏହାକୁ ଲୋକେ ମାନିବାକୁ ନାରାଜ । ଯାହାକୁ ନେଇ ଭବାନିପାଟଣାର ଏକ ବିବାହ ମଣ୍ଡପରେ ଚଢାଉ ହୋଇଛି । ଟାଉନ ପୋଲିସର ଏକ ଟିମ୍ ଚଢାଉ କରିଛି । କରୋନା ପାଇଁ ପ୍ରଶାସନ ପକ୍ଷରୁ ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା ଜାରି କରାଯାଇଥିଲା । କିନ୍ତୁ ସରକାରୀ ଗାଇଡ଼ଲାଇନକୁ ଉଲ୍ଲଘଂନ କରି ମ୍ୟାରେଜ ପ୍ୟାଲେସ୍ ନାମକ ଏକ ମଣ୍ଡପରେ ବିବାହ ଚାଲିଥିଲା । ମଣ୍ଡପ ମାଲିକ ପ୍ରକାଶ ଅଗ୍ରଓ୍ୱାଲଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।