ନୟାଗଡ଼ରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୬ଜଣ ଜୁଆଡ଼ି ଗିରଫ

ନୟାଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ । ନୟାଗଡ଼ ଦଶପଲା ଦୁଆରଗାଁରେ ଜୁଆ ଖେଳ ଚାଲିଥିବା ଖବରପାଇ ଅଚାନକ ଚଢ଼ାଉ କରିଥିଲା ଦଶପଲା ପୋଲିସ । ଏଥିରେ ୬ ଜଣ ଜୁଆଡ଼ି ଗିରଫ ହୋଇଛନ୍ତି ।

ସେମାନଙ୍କ ନିକଟରୁ ୧୪ ହଜଜାର ୯୮୦ ଟଙ୍କା, ଟି ମୋବାଇଲ ଫୋନ୍‌ ଓ ଗୋଟିଏ ହୁଣ୍ଡାଇ କାର ଜବତ କରିଛି ପୋଲିସ । ଗିରଫ ଜୁଆଡ଼ିଙ୍କ ମଧ୍ୟରୁ ଦୁଇ ଜଣ କଟକ ଜିଲ୍ଲା ନରସିଂହପୁରର ହୋଇଥିବା ବେଳେ ସୋରଡ଼ା ଅଞ୍ଚଳର ଜଣେ ଓ ଦଶପଲା ଥାନା ଞ୍ଚଳର ୩ ଜଣ ବୋଲି ଜଣାପଡ଼ିଛି । ଏମାନଙ୍କ ନାଁରେ ପୂର୍ବରୁ ମାମଲା ଥିବା ଦଶପଲା ଆଇଆଇସି କହିଛନ୍ତି ।

Leave a Reply