ନାଏବ ସରପଞ୍ଚ ନିର୍ବାଚନ ବେଳେ ପୋଲିସ-ଜନତା ମୁହାଁମୁହିଁ

1 min read
Police Public Faceoff During Naib Sarpanch Elections In Keonjhar

କେନ୍ଦୁଝର: ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । କେନ୍ଦୁଝର ଜିଲ୍ଲା ରାଇଡ଼ିହା ପଞ୍ଚାୟତରେ ପୋଲିସ୍-ଜନତା ମୁହାଁମୁହିଁ ହୋଇଛନ୍ତି । ଲୋକଙ୍କ ଆକ୍ରମଣରେ ସାହାରପଡ଼ା ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗିବା ସହିତ ୨ ମହିଳା ପୋଲିସ ଆହାତ ହୋଇଛନ୍ତି ।

Police Public Faceoff During Naib Sarpanch Elections In Keonjhar

ଅଭିଯୋଗ ଅନୁସାରେ ନାଏବ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଚାଲିଥିବା ବେଳେ ପୂର୍ବତନ ନାଏବ ସରପଞ୍ଚଙ୍କର ପୁନର୍ବାର ନାମାଙ୍କନ ପତ୍ର ଦାଖଲକୁ ଗ୍ରାମବାସୀ ବିରୋଧ କରିଥିଲେ । ପରେ ପୋଲିସ ଉପରେ ଗୋଟିଏ ଗୋଷ୍ଠୀର ଲୋକ ଆକ୍ରମଣ କରିଥିଲେ । ଏଥିରେ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କର ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ତାଙ୍କୁ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଲୋକଙ୍କ ଆକ୍ରମଣରେ ୨ ଜଣ ମହିଳା ପୋଲିସ ମଧ୍ୟ ଆହାତ ହୋଇଚନ୍ତି । ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ଓ ଘଟଗାଁ ଏସଡିପିଓ ପହଞ୍ଚି ସ୍ଥିତିକୁ ଆୟତ୍ତକୁ ଆଣିଥିଲେ । ଉତ୍ତେଜନା ଲାଗି ରହି ଥିବାରୁ ଗୋଟିଏ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।