ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗଭର୍ଣ୍ଣସ ମେଡାଲ ୨୦୧୯

ଭୁବନେଶ୍ୱର: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗଭର୍ଣ୍ଣସ ମେଡାଲ ୨୦୧୯ ପାଇଁ ଘୋଷଣା କରାଯାଇଛି । ପୁରୀ ଏସପି ଉମାଶଙ୍କର ଦାସ, କଟକ ଡ଼ିସିପି ଅଖିଳେଶ୍ୱର ସିଂ, ଅତିରିକ୍ତ ପୋଲିସ ଡ଼ିଜି ବିନୟତୋଷ ମିଶ୍ର ଏବଂ ପୋଲିସ ଆଇଜି ରେଖା ଲୋହାନି, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଡିଏସପି ସରୋଜ ସାମଲଙ୍କୁ  ଏହି ମେଡାଲ ଦିଆଯିବ । ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଏହି ମେଡାଲ ଆକ୍ଷା ପ୍ରଦାନ କରାଯାଇଛି । ଆସନ୍ତା ସାଧାରଣତନ୍ତ୍ର ଦିବସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ରାଜ୍ୟପାଳ ସମ୍ମାନ୍ନିତ କରିବା ସହ ମେଡାଲ ପ୍ରଦାନ କରିବେ । ଓଡ଼ିଶା ପୋଲିସ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଯାଇଛି ।

 

Leave a Reply