ତିନ୍ ତଲାକ୍ ଦେଇ ନପାରିବାରୁ ୫ ମାସର ଗର୍ଭବତୀ ପତ୍ନୀକୁ ଗାଡ଼ି ଚଢ଼ାଇ ହତ୍ୟା

ଜମୁନାନଗର: ଅନ୍ୟ ସ୍ଥାନରେ ବିବାହ କରି ୫୦ ଲକ୍ଷ ଟଙ୍କା ଯୌତୁକ ପାଇବା ଲୋଭରେ ୫ ବର୍ଷର ଗର୍ଭବତୀ ପତ୍ନୀ ଉପରେ ଗାଡି ଚଢ଼ାଇ ହତ୍ୟା କଲା ପତି । ତିନ୍ ତଲାକ ଆଇନ କାରଣରୁ ପତ୍ନୀକୁ ତଲାକ୍ ଦେଇ ପାରିଲାନି । ଏଥିପାଇଁ ଦାଦାପୁଅ ଭାଇ ଓ ତା’ର କିଛି ସାଙ୍ଗଙ୍କ ସହ ମିଶି ଏମିତି ଜଘନ୍ୟ କାଣ୍ଡକୁ ରୂପ ଦେବାକୁ ପଛାଇଲାନି । ତଦନ୍ତକାରୀ ଟିମ୍ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ରିମାଣ୍ଡରେ ନେଇ ହତ୍ୟାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଯୋଜନା କରୁଛି । ଅଭିଯୁକ୍ତ ସ୍ବାମୀ ଜଣଙ୍କ ରେଲଓ୍ବେ ପୋଲିସରେ ସବ୍ ଇନ୍ସପେକ୍ଟର ଓ ତାଙ୍କ ନାଁ ଅଫସର୍ ଅଲ୍ଲୀ ବୋଲି ଜଣାପଡ଼ିଛି । ଘଟଣାଟି ହରିୟାଣା ଜମୁନାନଗରରେ ଘଟିଛି ।

ହତ୍ୟାର ମାଷ୍ଟର୍ ପ୍ଲାନ୍

ଅଭିଯୁକ୍ତ ସ୍ବାମୀ

ବରେଲୀ ଅଞ୍ଚଳର ନଜମା ନାମକ ଜଣେ ଯୁବତୀଙ୍କ ସହ ଅଲ୍ଲୀର ଫେସବୁକରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ହୋଇଥିଲା । ହେଲେ ଅଲ୍ଲୀ ନଜମାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ । ଥାନା, କୋର୍ଟ କଚେରୀ ଭୟରେ ୨୦୧୯ରେ ବାଧ୍ୟ ହୋଇ ବିବାହ କରିଥିଲେ । ଏହି ସମୟରେ ଦେଶରେ ତିନ୍ ତଲାକ୍ ଆଇନ୍ ଆସିଯିବାରୁ ଆଉ ତଲାକ୍ ଦେଇପାରି ନଥିଲେ ।

 

ପରେ ଦାଦା ପୁଅ ଭାଇ ଓ ତା‘ର କିଛି ସାଙ୍ଗଙ୍କ ସହ ମିଶି ନଜମାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଅଲ୍ଲୀ ନଜମାଙ୍କୁ ବୁଲିବାକୁ ଯିବା ବାହାନାରେ ଘରୁ ଡାକି ନେଇଥିଲେ । ଉଭୟ ଚାଲି ଚାଲି ଯାଉଥିବା ବେଳେ ପଛରୁ ଆଭିଯୁକ୍ତମାନେ ଏକ ସ୍କପ୍ରିୟୋରେ ନଜମାଙ୍କୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ନଜମାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାରେ ତଦନ୍ତ ଦାୟିତ୍ବ ଜମୁନାନଗର ଅପରାଧ ଶାଖାକୁ ଦିଆଯାଇଥିଲା । ତଦନ୍ତ ଆଗକୁ ବଢ଼ିବା ସହ ନଜମାଙ୍କ ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ଅଲ୍ଲୀଙ୍କ ୟୁପି ସ୍ଥିତ ଗାଁର ବୋଲି ଜଣାପଡ଼ିଥିଲା । ଏହାପରେ ଅପରାଧ ଉପରୁ ପରଦା ଉଠିଥିଲା । ପୋଲିସ ଅଲ୍ଲୀକୁ ଉଠାଇ ଆଣି ପଚରାଉଚରା କରିବା ପରେ ସେ ସତ ମାନି ଯାଇଥିଲା ।

ଦ୍ବିତୀୟ ବିବାହ ପାଇଁ ୫୦ ଲକ୍ଷ ମିଳୁଥିଲା

ମୃତ ନଜମାଙ୍କ ଭାଇ କହିଛନ୍ତି, ବାହାଘର ପରଠାରୁ ଅଲ୍ଲୀ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲା । ଘର ବିକ୍ରି କରି ୧୨ ଲକ୍ଷ ଟଙ୍କା ମଧ୍ୟ ଅଲ୍ଲୀକୁ ଦିଆଯାଇଥିଲା । ହେଲେ ଏତିକିରେ ତାଙ୍କର ଭୋକ ମେଣ୍ଟି ନଥିଲା । ସେ ଦ୍ବିତୀୟ ବିବାହ କରିବାକୁ ଯୋଜନା କରୁଥିଲେ । ସେଠାରୁ ତାଙ୍କୁ ୫୦ ଲକ୍ଷ ଟଙ୍କା ମିଳିଥାନ୍ତି । ଏପଟେ ଭଲ କାମ ପାଇଁ ରେଲଓ୍ବେ ପୋଲିସରେ ପ୍ରମୋସନ ପାଇ ଇନ୍ସପେକ୍ଟର ହୋଇ ଯାଇଥିଲେ । ହେଲେ ନଜମାଙ୍କ ଅଭିଯୋଗ ପରେ ଡିମୋସନ ହୋଇ ସବ୍ ଇନ୍ସପେକ୍ଟର ରେଞ୍ଜକୁ ଖସିଆସିଥିଲେ । ଯାହାକୁ ନେଇ ଅଲ୍ଲୀ ନଜମାଙ୍କ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା ।

Leave a Reply