‘ଡରିବୁନିବା, ବୁଲିବା ଏକା’- ମହଙ୍ଗା ପଡ଼ିଲା ‘ଦୋସ୍ତି’ ଡାଇଲଗ୍

ବ୍ରହ୍ମପୁର: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଘରେ ରହିବାକୁ କୁହାଯାଉଛି । ରାଜ୍ୟରେ ଲକଡାଉନ୍ ସହ ଅତ୍ୟଧିକ ସଂକ୍ରମିତ ଜିଲ୍ଲାରେ ୱିକେଣ୍ଡ ସଟଡାଉନ୍ କରାଯାଇଛି । ସଟଡାଉନରେ ଅତ୍ୟାବଶ୍ୟକୀୟ ସେବା ଛଡ଼ା କାହାରିକୁ ଘରୁ ବାହାରିବା ମନା । କିନ୍ତୁ, କିଛି ଅମାନିଆ ଯୁବଗୋଷ୍ଠୀ ନିୟମ ମାନୁନାହାଁନ୍ତି । ନିଜେ ବିପଦରେ ପଡ଼ି ବୁଲିବା ସହ ଅନ୍ୟମାନଙ୍କ ପାଇଁ ଭାଇରସ୍ ବିପଦ ଡାକି ଆଣୁଛନ୍ତି ।

ଆଉ ଫୁଟାଣି ଦେଖାଇ ସୋସିଆଲ୍ ମିଡିଆରେ ଭାଇରସ୍ କିଛି କରିବନି କହି ଦେଶୀ ଷ୍ଟାଇଲରେ ଭିଡିଓ ଅପଲୋଡ୍ କରୁଛନ୍ତି । ଟିକଟକରେ ଏଭଳି ଭିଡିଓ ଅପଲୋଡ୍ କରିଥିବା ୪ ଉଭ୍ରାନ୍ତ ଯୁବକଙ୍କୁ ବ୍ରହ୍ମପୁର ବଡ଼ ବଜାର ପୋଲିସ ଧରିଛି । ୪ ଯୁବକ ଶନିବାର, ରବିବାର ସଟଡାଉନ୍ ଥିବା ସତ୍ତ୍ୱେ ବାଇକ୍ ଧରି ବୁଲୁଥିଲେ ।ଟିକଟକ୍ ଆକାଉଣ୍ଟରେ ବୁଲିବା ସହିତ କରୋନା ସଟଡାଉନ୍ ଆମର କିଛି କରିପାରିବନି କହି ଭିଡିଓ ଅପଲୋଡ୍ କରିଥିଲେ । ଅମାନିଆଙ୍କୁ ପୋଲିସ ଧରିବା ସହ ସେମାନଙ୍କ ଟିକଟକ୍ ଆକାଉଣ୍ଟରେ କ୍ଷମା ପ୍ରାର୍ଥନାର ଭିଡିଓ ଅପଲୋଡ୍ କରିଛି ।

Leave a Reply