ଆଡଭାନ୍ସ ଟଙ୍କା ନଫେରାଇବାରୁ ବଢ଼େଇଙ୍କୁ ମାରିଦେଲେ ପୋଲିସ ବାବୁ !

ବଣାଇ: ରକ୍ଷକ ସାଜିଛି ଭକ୍ଷକ । ବାରମ୍ବାର ଖାକିରେ ଲାଗୁଛି କଳଙ୍କ । କେତେବେଳେ ହତ୍ୟାର ଅଭିଯୋଗ ଆସୁଛି ତ ପୁଣି କେତେବେଳେ ଅପହରଣ ର ନିନ୍ଦା ସହୁଛି ଖାକି । ଏଇ କିଛି ଦିନ ହେବ ପୋଲିସ ବାବୁଙ୍କ ନାମରେ ଗୋଟେ ପରେ ଗୋଟେ ଅଭିଯୋଗ ଦାୟର ହେବାରେ ଲାଗିଛି । ଅପହରଣ,ଜବରଦସ୍ତିଆ ପ୍ରେମ ପରେ  ଖାକି ବିରୋଧରେ ଏବେ ହତ୍ୟା ଅଭିଯୋଗ ଆସିଛି ।

ବଣାଇରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାରି ଦେଇଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ବଣାଇ ବଲାଙ୍ଗ ଥାନା ଏ ଏସ୍ ଆଇ ସନ୍ତୋଷ କୁମାର ବେହେରାଙ୍କ ବିରୁଦ୍ଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଜଣେ ସୁରେଶ କୁମ୍ଭାର ନାମକ ବଢ଼େଇଙ୍କୁ ଏଏସଆଇ ଜୀବନରେ ମାରିଦେଇଥିବା ଅଭିଯୋଗ ଆସିଛି । ମୃତକ ହେଉଛନ୍ତି ବଣାଇଁ ଉପଖଣ୍ଡର କେ ବଲାଙ୍ଗ ଥାନା ଅନ୍ତର୍ଗର ସୁରେଶ କୁମ୍ଭାର । ଗତ କାଲି ରାତିରେ ତାଙ୍କର ମୃତ ଦେହ ଜବତ ହୋଇଥିଲା । ଗୌରୀ ସିଧା ସଳଖ କେ ବଲାଙ୍ଗ ଥାନାର ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ତାଙ୍କ ସ୍ୱାମୀକୁ ମାରିଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ସୁରେଶ କୁମ୍ଭାର ପେଶାରେ  ବଢ଼େଇ ।  ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ତାଙ୍କୁ ଏକ ପଲଙ୍କ ପାଇଁ ୧୧ ହଜାର ଟଙ୍କା ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ପୋଲିସ ବାବୁ ତାଙ୍କ ସେ ଟଙ୍କା ଫେରେଇ ଦେବା ପାଇଁ କହିଥିଲେ । ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ସନ୍ତୋଷ କୁମାର ତାଙ୍କ ଘରକୁ ଯାଇ ସୁରେଶଙ୍କୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଶୁକ୍ରବାର ୧୨ ତାରିଖରେ ସୁରେଶ ଥାନାକୁ ଯାଇ ଏ ଏସ୍ ଆଇଙ୍କୁ ଭେଟିବା ପରେ ଆଉ ଘରକୁ ଫେରି ନଥିଲେ ।  ସେହି ଦିନଠୁ ସୁରେଶ ନିଖୋଜ ଥିବା କୁହାଯାଇଛି ।

ଗତକାଲି ସିଲପୁଞ୍ଜି ନିକଟରୁ ସୁରେଶରଙ୍କ ମୃତ ଦେହ ଗଳିତ ଅବସ୍ଥାରେ ଉଦ୍ଧାର ପରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ବଲାଙ୍ଗ ଥାନା ଘେରିଛନ୍ତି । ଏଏସଆଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରାଯାଉ ଏବଂ କ୍ଷତିଗ୍ରସ୍ତ ପରିବାରର ଭରଣପୋଷଣ ପୋଲିସ ପକ୍ଷରୁ କରାଯାଉ ବୋଲି ଦାବି କରାଯାଇଛି । ଘଟଣାସ୍ଥଳରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମଜବୁର୍ ରେହମାନ୍ ପ୍ରମୁଖ ପହଞ୍ଚି ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ  ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବାରମ୍ଭାର ପୋଲିସ ଉପରେ ଏଭଳି ଅଭଯୋଗ କାହିଁକି ? ଏଠି ଖାକିର ଦୋଷ ନା ଖାକି ପିନ୍ଧିଥିବା ମଣିଷ ରୁପି ରାକ୍ଷାସର ଦୋଷ ? କେତେକ ମଣିଷ ରୁପି ରାକ୍ଷସ ଖାକିର ଫାଇଦା ଉଠାଇ ଗୋଟେ ପରେ ଗୋଟେ ଅପରାଧ କରିବାରେ ଲାଗିଛନ୍ତି । ଯେଉଁ ଅପରାଧ ପାଇଁ ଆଜି ସାହାରା ଦେଉଥିବା ରକ୍ଷକ ଉପରୁ  ଭରସା ତୁଟିବାରେ ଲାଗିଛି ।

Leave a Reply