ସୀମାନ୍ତରେ ଅନ୍ଧାରରେ ଫୁଟିଲା ଗୁଳି, ସିଆରପିଏଫ-ନକ୍ସଲ ମୁହାମୁହିଁ
1 min readମାଲକାନାଗିରି: ସୀମାନ୍ତରେ ସିଆରପିଏଫ-ନକ୍ସଲ ମୁହାମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲା ଧର୍ମାରାମ ସିଆରପିଏଫ କ୍ୟାମ୍ପ ଉପରେ ଫାଇରିଙ୍ଗ କରିଛି ଲାଲବାହିନୀ। ଜବାବରେ ପାଲଟା ଗୁଳିଚାଳନା କରୁଛନ୍ତି ଯବାନ। ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି। ସିଆରପିଏଫର ୧୯୬ ବାଟାଲିୟନ କ୍ୟାମ୍ପରେ ରହୁଥିବା ବେଳେ, ଆଜି ସଂଧ୍ୟାରେ ହଠାତ ଆକ୍ରମଣ କରିଥିଲା ଲାଲବାହିନୀ। ଏନେଇ ଏଏସପି ପଙ୍କଜ ଶୁକ୍ଲା ସୂଚନା ଦେଇଛନ୍ତି।