spot_img

Latest Posts

ନିଖୋଜକୁ ଖୋଜିବାରେ ବିଫଳ ପୋଲିସ, କଲ କଲେ କହୁଛନ୍ତି ଏମିତି ଅନେକ ଝିଅ ଯାଉଛନ୍ତି ଖାଲି ତାଙ୍କର ନୁହେଁ

ଢ଼େଙ୍କାନାଳ: ତଦନ୍ତରେ ବିଫଳ, ହେଲେ ବାବୁଙ୍କର ଫୁଟାଣି ଯାଉନି। ପଦାରେ ପଡ଼ିଛି ବାବୁଙ୍କ ପୋଲିସିଆ ଠାଣି। ଅପହରଣକାରୀଙ୍କୁ ଧରିବାରେ ଫେଲ୍ ମାରିଛି ପୋଲିସ। କିନ୍ତୁ ଅଭିଯୋଗକାରୀଙ୍କ ଉପରେ ଚୌକି ଠାଣ ଦେଖାଉଛନ୍ତି ଖାକିଧାରି ବାବୁ। ଫୋନକରି ପଚାରିଲେ କହୁଛନ୍ତି ସମସ୍ତଙ୍କ ଝିଅ ଏମିତି ଯାଉଛନ୍ତି ଆସୁଛନ୍ତି। ତାଙ୍କର ଝିଅ ଏକା ଏମିତି ଯାଇନାହିଁ। ସେ ରାଗିଲେ ଆମେ କଣ କରିବୁ ବୋଲି ପୋଲିସ ବାବୁ କହିଛନ୍ତି। ଅଡ଼ିଓ କ୍ଲିପ ଶୁଣିଲେ ଆପଣ ମାନେ ମଧ୍ୟ ଜାଣିପାରିବେ ଏହି ବାବୁଙ୍କର କଥା। ପୋଲିସ ବିରୋଧରେ ଏପରି ଅଭିଯୋଗ ପରେ ନନ୍ଦିଘୋଷ ଟିଭି ଆରମ୍ଭ କରିଥିଲା ଷ୍ଟିଙ୍ଗ ଅପରେସନ  । ଆଉ ଯାହା କହିଲେ ତାହା ଶୁଣିଲେ ଆପଣଙ୍କର ମୁଣ୍ଡ ଘାଉଁରେଇଯିବ।

ନାବାଳିକା ଝିଅ ଅପହରଣକାରୀଙ୍କୁ ଧରିବା ବଦଳରେ ରୁବାବ ଦେଖାଉଛନ୍ତି ଭୁବନ ଥାନା ପୋଲିସ ବାବୁ। ନାବାଳିକା ନିଖୋଜର ୫ ମାସ ବିତିଯାଇଥିଲେ ମଧ୍ୟ ଅପହରଣକାରୀଙ୍କ ଟେର ପାଇନାହାଁନ୍ତି ଥାନା ବାବୁ। ଆଉ ନିଦାବିଷ୍ଣୁ ସାଜିଥିବା ଖାକିକୁ ପଚାରିଲେ ଜବାବ ମିଳୁଛି ମୁଁ କ’ଣ ତୁମ ଝିଅକୁ ନେଇଛି କେହି ଭଗେଇ ଦେଉଛନ୍ତି।

ଢେଙ୍କାନାଳ ଜିଲ୍ଲା ଭୁବନ ମଠ ନୂଆଗାଁ ଏ ହେଉଛି ଘଟଣା। ଗତ ଅଗଷ୍ଟ ମାସ ୩୦ ତାରିଖରେ ଖୁଦୁରୁକୁଣି ଓଷା ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ ନାବାଳିକା। ଆଉ ୩୧ ତାରିଖରେ ଝିଅର ଅପହରଣ ହୋଇଥିବା ଭୁବନ ଥାନାରେ ଅଭିଯୋଗ କରିଥିଲେ ବାପା ଓ ମାଆ। ଆଜକୁ ୫ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲିଥିବା ବେଳେ ନିରାଶ ହୋଇ ଫେରିଛନ୍ତି ପରିବାର ଲୋକ। ଶେଷରେ ଏବେ ଜିଲ୍ଲାପାଳଙ୍କୁ ଭରସା କରି ନ୍ୟାୟ ମାଗିଛନ୍ତି ନାବାଳିକାଙ୍କ ପରିବାର।

ତେବେ ପ୍ରଶ୍ନ ଉଠୁଛି ପୋଲିସ ଯଦି ଅକ୍ଷମ ତେବେ କିଏ ଅପରାଧୀଙ୍କୁ ଠାବ କରିବ। ପୋଲିସ ଯଦି ହାତ ଟେକି ଦେଇ ନିଜ ଅପାରଗ ଲୁଚାଇବାକୁ ନାଲିଆଖି ଦେଖାଇବ ତେବେ ଜନତା ନ୍ୟାୟ ପାଇବେ କେମିତି ?

Latest Posts

Don't Miss