ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା, ଥାନାରେ ଓଟିଭି ଏଚ୍ଆର୍ ହେଡ୍

ଭୁବନେଶ୍ୱର: ଗଡ଼ୁଛି ସମୟ, ବଢ଼ୁଛି ଜେରା । ଲକଡାଉନରେ ରାଜଧାନୀରେ ଲଜ୍ଜାଜନକ ଘଟଣାରେ ଜାରି ରହିଛି ତଦନ୍ତ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଠାକାଠିରେ ଛନ୍ଦି ହୋଇଛନ୍ତି ଓଟିଭି କର୍ତ୍ତୃପକ୍ଷ । ପ୍ରଥମେ ଇନପୁଟ୍ ମୁଖ୍ୟ ପରେ ଆଉପଟେ ମୁଖ୍ୟଙ୍କୁ ଜେରା ପରେ ଗତକାଲି ମାମଲାରେ ଓଟିଭିର ସହକାରୀ ଏଚ୍‌ଆର ମୁଖ୍ୟଙ୍କୁ ପୋଲିସ ଜେରା କରିଥିଲା ।

Police Interrogated OTV HR Head In Minor Girl Gang Rape Case

ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲା ମହିଳା ଥାନା ପୋଲିସ । ଆଜି ଏହି ମାମଲାରେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଏଚ୍ଆର୍ ହେଡ୍ । ପୋଲିସ ତାଙ୍କୁ ପଚାରଉଚାର କରୁଛି । ଏହି ଘଟଣାରେ ପୀଡ଼ିତାଙ୍କ ମାଆଙ୍କ ସହିତ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କ ବାର୍ତ୍ତାଳାପ ଅଡିଓ କ୍ଲିପ୍‌ ମହିଳା କମିଶନଙ୍କ ନିକଟରେ ଦାଖଲ କରାଯାଇଥିଲା ।

Police Interrogated OTV HR Head In Minor Girl Gang Rape Case

ଓଟିଭିରେ ପ୍ରସାରଣ ହୋଇଥିବା ଅନ୍ୟ କିଛି ଅଡିଓ କ୍ଲିପ୍‌ ପୋଲିସକୁ ଦିଆଯାଇନଥିଲା । ପୀଡିତାଙ୍କ ମା’ଙ୍କ ଅଭିଯୋଗ ପରେ ଚ୍ୟାନେଲ କର୍ତ୍ତୃପକ୍ଷ ପୋଲିସକୁ ଅବଗତ କରିବା ପରିବର୍ତ୍ତେ ଘଟଣାକୁ ଚାପି ଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଏହି ଦୃଷ୍ଟିରୁ ମହିଳା ଥାନା ଚ୍ୟାନେଲର ଜଣେ ଜଣେ ପରେ ଅଧିକାରୀଙ୍କୁ ଜେରା କରୁଛି ।

Leave a Reply