ଅପହରଣ ପରେ ମାନସଙ୍କ ମୋବାଇଲକୁ ଭାଙ୍ଗି ଫିଙ୍ଗି ଦେଇଥିଲେ ଶର୍ମିଷ୍ଠା ଆଣ୍ଡ କୋ

Police Found Cameraman Manas Swain Mobile

ଭୁବନେଶ୍ୱର: କ୍ୟାମେରା ପର୍ସନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଧିରେ ଧିରେ ଖୋଲୁଛି ଗୁମର । ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱର ଆସୁଥିବା ବେଳେ ଚଣ୍ଡିଖୋଲ ଠାରେ ମାନସର ମୋବାଇଲକୁ ଭାଙ୍ଗି ଫିଙ୍ଗି ଦେଇଥିଲେ ଅପହରଣକାରୀ । ସେହି ମୋବାଇଲ୍ ଏବେ ପୋଲିସ ହାତରେ ଲାଗିଛି । ସେପଟେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହଯୋଗୀ ରାଜ୍ ନାୟକର ମୋବାଇଲ ଦୋକାନ ଠାବ ହୋଇଛି । ଶର୍ମିଷ୍ଠା ରାଜ୍ୟ ବାହାରକୁ ଖସି ପଳେଇ ଥିବା ସନ୍ଦେହ କରି ବାହାରେ ଡେରା ପକାଇଛି ପୋଲିସ ।

ପୋଲିସ ଫୋକସ୍‌ରେ ଲେଡି ଭିଲେନ୍ ଶର୍ମିଷ୍ଠା ରାଉତ ଆଣ୍ଡ କୋ । ଅପହରଣ ପରେ କାର୍‌ରେ ମାନସଙ୍କୁ ମାଡ଼ ମାରିଥିଲେ ମିସେସ୍ ରାଉତଙ୍କ ରାଉଡି ଟିମ୍ । ଚଣ୍ଡିଖୋଲରେ ମାନସର ମୋବାଇଲକୁ ଫିଙ୍ଗିଥିଲେ । ଏବେ ସେହି ମୋବାଇଲ୍ ଲାଗିଛି ପୋଲିସ୍ ହାତରେ । ମୋବାଇଲର ଫରେନସିକ ଯାଞ୍ଚ ଆରମ୍ଭ କରିଛି ପୋଲିସ । ଆଶା କରାଯାଉଛି ସେହି ମୋବାଇଲରେ ହିଁ ଲୁଚି ରହିଛି ହତ୍ୟାର ସବୁ କାହାଣୀ । ସେପଟେ ମାସନକୁ ଭିଡିଓ ସୁଟିଂ ପାଇଁ ଡାକିଥିବା ପରିବାର ସଦସ୍ୟ ଆଜି ମୁହଁ ଖୋଲିଛନ୍ତି ।

Police Found Cameraman Manas Swain Mobile

ଅନ୍ୟପଟେ ସାମ୍ନାକୁ ଆସିଲା ଶର୍ମିଷ୍ଠାଙ୍କ ସହଯୋଗୀ ରାଜ୍ ନାୟକର ରାଜ୍ କମ୍ୟୁନିକେସନର ଠିକଣା । ପଡ଼ୋଶୀ ବଖାଣିଛନ୍ତି ଫେରାର ପୂର୍ବର ଚିତ୍ର । ଖଣ୍ଡଗିରି ବରବାରିରେ ରହିଛି ଅନ୍ୟତମ ଅଭିଯୁକ୍ତ ରାଜ୍ ନାୟକର ଦୋକାନ । ନୟାଗଡର ରାଜ୍ ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଅତି ଘନିଷ୍ଠ । ପଡ଼ୋଶୀଙ୍କ କହିବା ଅନୁସାରେ ଗତ ୧୫ ଦିନ ତଳେ ଦୋକାନ ପାଖକୁ ଆସି ଅପହରଣ ମାମଲା ନେଇ ରାଜ୍ ବାବଦରେ ପଚରାଉଚରା କରିଥିଲା ପୋଲିସ । ଏହାର କିଛି ସମୟ ପରେ ରାଜ୍ ଆସିଥିଲା ଓ ସେଦିନ ଠାରୁ ଫେରାର୍ । କୁହାଯାଉଛି ଶର୍ମିଷ୍ଠାଙ୍କ ଆଶ୍ରମକୁ ରୀତିମତ ଯାଆସ କରୁଥିଲା ରାଜ୍ । ଏପରିକି ମାନସକୁ ଅପହରଣ ବେଳେ ଶର୍ମିଷ୍ଠାଙ୍କ ସାଥୀରେ ଥିଲେ ରାଜ୍ ।

ସେପଟେ ଶର୍ମିଷ୍ଠାକୁ ଧରିବାକୁ ରାଜ୍ୟ ବାହାରେ ଡେରା ପକାଇଛି ପୋଲିସ । ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋର ପୋଲିସ ଟିମ ଘୁରି ବୁଲୁଛି । ମୋବାଇଲ ଟ୍ରାକିଂ ସରିଛି । ଦିନେ ଦୁଇଦିନ ଭିତରେ ଶର୍ମିଷ୍ଠାଙ୍କୁ ପୋଲିସ ଗିରଫ କରିବ ବୋଲି ସୂଚନା ମିଳିଛି ।