spot_img

Latest Posts

ଅପରାଧ ମୁକ୍ତ ପାଇଁ ରାଉରକେଲା ପୋଲିସର ଉଦ୍ୟମ, ୨ ଅପରାଧୀଙ୍କୁ ଗୁଳିକଲା ପୋଲିସ

ରାଉରକେଲା:  ଅପରାଧକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ପୋଲିସ୍‌ର ବନ୍ଧୁକ ଟାର୍ଗେଟରେ ଏବେ ଅପରାଧୀ। ଗୋଟି ଗୋଟି ଅପରାଧୀଙ୍କୁ ଖୋଜି ଗୁଳି କରୁଛି ସୁନ୍ଦରଗଡ଼ ପୋଲିସ୍‌। ଏବେ ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ମଣ୍ଡପ ଛକ ନିକଟରେ ଦୁଇ କୁଖ୍ୟାତ ଅପରାଧୀ ଗୁରୁତର ଆହତ ହୋଇଛି।

ପୋଲିସ ଉପରକୁ ଗୁଳିମାଡ କରି ଖସି ଯିବାପାଇଁ ଉଦ୍ୟମ କରୁଥିବା ବେଳେ, ପୋଲିସର ପାଲଟା ଗୁଳିମାଡ଼ରେ ୨ ଅପରାଧୀ ଆହତ ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି। ରାଉରକେଲା ସହରକୁ ଅପରାଧ ମୁକ୍ତ କରିବା ପାଇଁ ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଉଦ୍ୟମ। ଦୁଇ ଦିନରେ ରାଉରକେଲା ପୋଲିସ ୯ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୫୬ଟି ଗୁଳି, ୪୮ ଗ୍ରାମ ବ୍ରାଉନସୁଗାର ଓ ୬୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ।

Latest Posts

Don't Miss