ପୋକ୍ସୋ ମାମଲାରେ ବାହୁବଳୀଙ୍କୁ କ୍ଲିନଚିଟ୍, ବ୍ରିଜ ଭୂଷଣଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ

ନୂଆଦିଲ୍ଲୀ: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । କୁସ୍ତିଯୋଦ୍ଧା ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ନାହିଁ କୌଣସି ପ୍ରମାଣ । ତାଙ୍କ ବିରୋଧରେ ଦାୟର ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ପୋକ୍ସୋ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ଦାୟର ହୋଇଛି ୫୦୦ ପୃଷ୍ଠା ସମ୍ବଳିତ କ୍ୟାନସିଲେସନ ରିପୋର୍ଟ । ୧୫ ତାରିଖ ସୁଦ୍ଧା ପୋଲିସ ତଦନ୍ତ  ସାରି ଚାର୍ଜସିଟ ଦାଖଲ କରାଯିବ ବୋଲି  କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିବାବେଳେ ଆଜି ଦିଲ୍ଲୀ ପୋଲିସ ଏହି ବୟାନ ଦେଇଛି ।  ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ, ବ୍ରିଜ ଭୂଷଣଙ୍କୁ ଗିରଫ ସମେତ ଅନ୍ୟାନ୍ୟ ଦାବି ଆନ୍ଦୋଳନରତ ରେସଲରମାନେ ରଖିଥିଲେ ।