ନକଲି ୱେବସାଇଟକୁ ତନାଘନା କରିବ ପୁରୀ ପୋଲିସ: ଦୁଇ ଓ୍ବେବସାଇଟ ନାଁରେ ମାମଲା ରୁଜୁ

ପୁରୀ ପୋଲିସ ନକଲି ୱେବସାଇଟକୁ କରିବ ତନାଘନା । ପୂଜା ପରିସେବା ଓ ଇଣ୍ଡିଆ ଥ୍ରୀଲସ ୱେବସାଇଟ ନାଁରେ ମାମଲା ରୁଜୁ କରିଛି ପୋଲିସ  । ସାଇବର ଥାନା ପକ୍ଷରୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି  । ପୂଜା ପରିସେବା ୱେବ ସାଇଟ ଭକ୍ତଙ୍କୁ ଠକେଇ କରିବା ଘଟଣାରେ ସିଂହଦ୍ୱାର ଥାନା ନିଜ ଆଡୁ ମାମଲା ରୁଜୁ କରିଛି  । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଏତଲା ଆଧାରରେ ଇଣ୍ଡିଆ ଥ୍ରୀଲସ ଓ୍ବେବସାଇଟ ନାଁରେ ମାମଲା ରୁଜୁ ହୋଇଛି  । ମହାପ୍ରଭୁଙ୍କ ଦର୍ଶନ ପୂଜା ନେଇ ୱେବ ସାଇଟରେ ଅନେକ ସଂସ୍ଥା ଏଭଳି କାର୍ଯ୍ୟ ଚଳାଇଛନ୍ତି । ପୁରୀ ପୋଲିସ ଓ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଛନ୍ତି  । ଖୁବ ଶୀଘ୍ର ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି।