ସିଲଭର ସିଟିରେ ଫୁଟିଲା ଗୁଳି, ଦୀପକକୁ ଏନକାଉଣ୍ଟର

କଟକ: ସିଲଭର ସିଟିରେ ଏନକାଉଣ୍ଟର । ଭୁଆଶୁଣି ଗଡ଼ାରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ନାୟକ ଓରଫ ଶଙ୍କରଆହତ ହୋଇଛି । ଚିକିତ୍ସା ପାଇଁ ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ସାଢେ ୮ଟାରେ ଦୀପକକୁ ଧରିବାକୁ ପୋଲିସ ପିଛା କରିଥିଲା । ଖସିଯିବାକୁ ଉଦ୍ୟମ କରି ପୋଲିସକୁ ପ୍ରଥମେ ଗୁଳି ଚଳାଇଥିଲା ଦୀପକ ।

ପରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା । ବିଡ଼ାନାସୀ ଭୁଆଶୁଣି ଗଡ଼ାରେ ପୋଲିସ ଗୁଳିରେ ଆହତ ହୋଇଥିଲା ଦୀପକ । ତାର ବାମ ଗୋଡ଼ରେ ଗୁଳି ବାଜିଛି । ଅଭିଯୁକ୍ତ ନିକଟରୁ ଏକ ବନ୍ଧୁକ ସହିତ ଗୁଳିକୁ ଜବତ କରିଛି ପୋଲିସ । ଏସସିବିରେ ଆହତ ଅବସ୍ଥାରେ ତାର ଚିକିତ୍ସା ଜାରି ରହିଛି ।ବହୁଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ଗିରଫ ହୋଇଥିଲା ଦୀପକ । ପରେ ଜାମିନରେ ଆସି ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିଲା।