ଧାମନଗରରେ ପୋଲିସ ଡିଜି ୱାଇ.ବି. ଖୁରାନିଆ

ଭଦ୍ରକ :  ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି. ଖୁରାନିଆ। ଭଦ୍ରକ ଓ ଧାମନଗରରେ ସେ କରିବେ ସ୍ଥିତି ସମୀକ୍ଷା। ତାଙ୍କ ସହ ଅଛନ୍ତି ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଏସପି। ଧାମନଗର ପରେ ସେ ଭଦ୍ରକରେ ସ୍ଥିତି ସମୀକ୍ଷା କରିବେ। ସେପଟେ  ଧାମନଗର ଅଞ୍ଚଳରେ କୋହଳ ହୋଇଛି କଟକଣା । ଧାମନଗର ଓ ଦୋବଲରେ ଧାରା ୧୬୩ ଧାରାକୁ ସାମାନ୍ଯ କୋହଳ କରାଯାଇଛି ।  ଏହି ଦୁଇ ଅଞ୍ଚଳରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର କଟକଣା ମଧ୍ଯରେ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି । କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ ନକରିବା, ବୈଠକ ଓ ରାଲି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ଇଣ୍ଟରନେଟ ସେବା ଉପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ । ସ୍ଥିତିରେ ସୁଧାର ଆସୁଥିବାବେଳେ ଗିରଫଦାରୀ ସଂଖ୍ଯା ବୃଦ୍ଧି ପାଇଛି । ଏଯାଏଁ ମାମଲାରେ ଭଦ୍ରକରୁ ୧୦ ଧାମନଗରରୁ ୧୭ ଜଣ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି ।