ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ୭୦ ଜଣ ମହିଳାଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ବର: ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲା । ୭୦ ଜଣ ମହିଳାଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ । ପୂର୍ବରୁ ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା । ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ପୂର୍ବ ଶତ୍ରୁତାରୁ ଗତ ୨୬ ତାରିଖ ରାତିରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ ।
ପଦ୍ମକେଶରୀପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ରାତି ୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚାଲିଲା ସଂଘର୍ଷ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।
ପଞ୍ଚାୟତ ନିର୍ବାଚନ ଓ କମେଣ୍ଟମରାକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ୧ ତାରିଖରେ ଗାଁରେ ପ୍ରଥମେ ଖଣ୍ଡଯୁଦ୍ଧ ହୋଇଥିଲା । ନିୟନ୍ତ୍ରଣ ବେଳେ ପୋଲିସକୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଥିଲେ ଲୋକ । ଗିରଫଦାରୀ ଭୟରେ ପୁରା ଗାଁ ପୁରୁଷ ଶୁନ୍ୟ ହୋଇଯାଇଥିଲା ।