ରାତି ଅଧରେ ଘରେ ପଶି ଉତ୍ପାତ କଲେ ମାତାଲ ଡାକ୍ତର

1 min read

ରାତି ପାହାନ୍ତାରେ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ । ମାତାଲ ଅବସ୍ଥାରେ ଜଣଙ୍କ ଘରେ ପଶି ଉତ୍ପାତ ମଚାଇଲେ ଡାକ୍ତର । ଏଭଳି କିଛି ପରିସ୍ଥିତି ଦେଖାଦେଇଛି ବଲାଙ୍ଗୀର ସହରରେ । ଉତ୍ପାତ ମଚାଇଥିବା ଡାକ୍ତରଙ୍କୁ ଟାଉନଥାନା ପୋଲିସ ଅଟକ ରଖିଛି । ଅଟକ ରହିଥିବା ଡାକ୍ତରଙ୍କ ନାଁ ହେଉଛି ଅବିନାଶ ମିଶ୍ର । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନ୍‌ସର୍‌ ବିଭାଗରେ ନୋଡାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ କରୁଛନ୍ତି ଅବିନାଶ। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ବେଳେ ଡାକ୍ତର ଅବିନାଶ ନିଶାଶକ୍ତ ଅବସ୍ଥାରେ ରେଲୱେ ଷ୍ଟେସନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଯାଇ ସେଠାରେ ଉତ୍ପାତ ମଚାଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ପିସିଆର୍‌ ଭ୍ୟାନ୍‌କୁ ଫୋନ୍‌ କରି ଡକାଇଥିଲେ। ପରେ ପିସିଆର୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ କାବୁ କରିଥିଲା । ତେବେ ଟାଉନଥାନା ପୋଲିସ ଡାକ୍ତରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ')}

Leave a Reply