ଭିଲେନର ଘର ଭାଙ୍ଗିଲା ପୋଲିସ, KBN ନାଁରେ ସୃଷ୍ଟି କରିଥିଲେ ଆତଙ୍କରାଜ

1 min read

ଭୁବନେଶ୍ୱର: ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିଥିବା କେବିଏନ ଗ୍ରୁପକୁ ପୋଲିସର ଟାର୍ଗେଟ  । କେତେବେଳେ ସାଧାରଣ ଯାତ୍ରୀଙ୍କୁ ଆକ୍ରମଣ ତ, କେତେବେଳେ ବ୍ଲାଙ୍କ ଫାୟରିଂ କରି ସୃଷ୍ଟି କରିଥିଲେ ଆତଙ୍କରାଜ  । ଆଜି କମିସନରେଟ ପୋଲିସ  ଭାଙ୍ଗିଛି ଭିଲେନର ଘର । ବନ୍ଧୁକ ରଖିଥିବା ସନ୍ଦେହରେ ଗ୍ରୁପ୍‌ର ସଦସ୍ୟ ରାକେଶ ବେହେରା ଓରଫ ତେଙ୍ଗର ଘର ଭାଙ୍ଗିଛି ପୋଲିସ ।

ସେପଟେ କ୍ରାଇମ ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣାରେ ମୋଟ 29 ଜଣକ ନାମରେ ମାମଲା ରୁଜୁ କରିଛି ନୟାପାଲ୍ଲୀ ଥାନା ପୋଲିସ । KBN ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତକୁ ମିଶାଇ ମୋଟ 7 ଜଣକୁ ଗିରଫ କରିଛି ପୋଲିସ । ଗ୍ୟାଙ୍ଗ ମୁଖ୍ୟ ଦେବୀ ପ୍ରସାଦ ଓରଫ ବୁବୁ ଜେନାଙ୍କ ସମେତ 22 ଜଣ ଏବେ ବି ଫେରାର ଅଛନ୍ତି । ଦୁଇ ଦିନ ତଳେ ରାଜଧାନୀର ଏକ ନିଛାଟିଆ ରାସ୍ତାରେ ବ୍ଲାଙ୍କ ଫାୟରିଂ ଭିଡିଓ ଭାଇରାଲ ହୋଇଥିଲା  । ଯାହାକୁ ନେଇ ସାଧାରଣରେ ଏକପ୍ରକାର ଭୟ ସଞ୍ଚାର ହୋଇଥିଲା   ।

ସେପଟେ ଏହି ଭିଡ଼ିଓ ଭାଇରାଲ ହେବାପରେ ଭୁବନେଶ୍ୱରରେ ଥିବା ବିଭିନ୍ନ ଖଟିକୁ ଚିହ୍ନଟ କରିଛି ପୋଲିସ । ରାତିରେ ପାଟ୍ରୋଲିଂକୁ ପୋଲିସ ଜୋରଦାର କରିଛି । ଏହି ଗ୍ୟାଙ୍ଗ ଦ୍ୱାରା କୌଣସି ଲୋକ ଅପରାଧର ଶିକାର ହୋଇ ନାହାନ୍ତି । କୌଣସି ଲୋକ ଅପରାଧ ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିସିପି ନିବେଦନ କରିଛନ୍ତି ।

Leave a Reply