ବାଲେଶ୍ୱରରେ ପୋଲିସକୁ ଚକମା ଦେଲା ଅପରାଧୀ… ଗିରଫ କରିବାକୁ ଯାଇ ହଟହଟା ପୋଲିସ

ବାଲେଶ୍ୱର: ବାଲେଶ୍ୱର ରେମୁଣା ଥାନା ପୋଲିସ ନାକେଦମ୍‌ । ଅଭିଯୁକ୍ତକୁ ଧରିବାରେ ଝାଳନାଳ ହୋଇଗଲା ପୋଲିସ । ସାମରାଇପୁରରେ ପୋଲିସ ଓ ଅଭିଯୁକ୍ତ ମୁହାଁମୁହିଁ ହୋଇଛନ୍ତି । ଅଭିଯୁକ୍ତକୁ ଧରିବାକୁ ପୋଲିସ ତାର ଘର ପାଖରେ ପହଞ୍ଚିଥିଲା। ଏତିକିବେଳେ ଘର ଭିତରେ ରହି ପୋଲିସ ଉପରକୁ ବୋମା ଫିଙ୍ଗିଛି ଅଭିଯୁକ୍ତ। ଖାଲି ସେତିକି ନୁହେଁ ଘର ଭିତରୁ ପୋଲିସକୁ ପଥର ମାଡ଼ ବି କରିଛି ଅଭିଯୁକ୍ତି । ପ୍ରାୟ ୪ ଘଣ୍ଟା ଧରି ଏପରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତ ଜଣକ ହେଉଛି ଇଶ୍ୱର ମହାଳିକ ।

ଘରଭିତରୁ ଅପରାଧିର ପରିବାର ଲୋକେ ମଧ୍ୟ ତାକୁ ସହଯୋଗ କରୁଛନ୍ତି । ପୋଲିସ ଉପରକୁ ଏସିଡ ଠାରୁ ଆରମ୍ଭ କରି ମଦ ବୋତଲ ମଧ୍ୟ ପକାଉଛନ୍ତି । ଯାହାଫଳରେ କାବୁ କରିବାରେ ସଫଳ ହୋଇନି ପୋଲିସ । ଅଭିଯୁକ୍ତ ଇଶ୍ୱର ନାଁରେ ହତ୍ୟା, ରାହାଜାନୀ, ଲୁଟ୍‌ ଭଳି ସଙ୍ଗୀନ ମାମଲା ରହିଛି । ପୂର୍ବରୁ ପୋଲିସ ଉପରକୁ ଗରମ ପାଣି ଛାଟି ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ଇଶ୍ୱର। ଅନେକ ସମୟରେ ତାଠଶରୁ ମାରଅସ୍ତ୍ର ବହୁ ମାତ୍ରାରେ ଜବତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ୍‌ ଅଧିକାରୀଙ୍କ ସହ ଜିଲ୍ଲା ମାଜେଷ୍ଟ୍ରଟ ଉପସ୍ଥିତ ରହିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଇଶ୍ୱରଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ସଙ୍ଗିନ ମାମଲା ମାନ ରହିଛି  । ଦୁଇଦିନ ତଳେ ତାଙ୍କ ନାମରେ ଏକ ବଡ଼ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାକୁ ଆଧାର କରି ରେମୁଣା ଓ ସହଦେବଖୁଣ୍ଟା ପୋଲିସ ତାକୁ ଧରିବା ପାଇଁ ମିଳିତ ଭାବରେ ଜାଲ ବିଛାଇଥିଲେ । ତେବେ ଆଜି ସକାଳୁ ସକାଳୁ ପୋଲି ସେ ଘରେ ଥିବା ଖବର ପାଇ ତା ଘରକୁ ଘେରି ଘରେ ପଶିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଅଭିଯୁକ୍ତ ପୂର୍ବରୁ ସତର୍କ ହୋଇଥିଲା । ପୋଲିସ ପଶିବା ମାତ୍ରେ ତାଙ୍କ ଉପରକୁ ବୋମା, ମଦ ବୋତଲ, ପଥର ପକାଇବାକୁ ଲାଗିଥିଲା । କିନ୍ତୁ ଏଥିରେ କୌଣଶି ପୋଲିସ ଆହତ ହୋଇଥିବା ସୂଚନା ମିଳିନାହିଁ  । ଏପର୍ଯ୍ୟନ୍ତି ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସଫଳ ହୋଇନଥିବା ବେଳେ ଅଭିଯୁକ୍ତକୁ ସମର୍ପଣ କରିବାପାଇଁ ବୁଝାଉଛି ପୋଲିସ ।

Leave a Reply