ତହସିଲ ଅଫିସରେ ହାବିଲଦାରଙ୍କ ଦାଦାଗରି, ଅଫିସ ଭିତରେ ପଶି କର୍ମଚାରୀଙ୍କୁ ମାରିଲେ ମାଡ଼

ଢେଙ୍କନାଳ: ଢେଙ୍କନାଳ ସଦର ତହସିଲ ଅଫିସରେ ପଶି ହାବିଲଦାରଙ୍କ ଦାଦାଗରି । ଅଫିସ ଭିତରେ ପଶି କର୍ମଚାରୀଙ୍କୁ ମାଡ଼ ମାରିଲେ ହାବିଲଦାର । ଜାତୀୟ ପତାକା ଉପରେ ବି ପରିସ୍ରା କଲେ ହାବିଲଦାର । ଏଭଳି ଉନ୍ମତ କାଣ୍ଡ ଘଟାଇଛନ୍ତି ହାବିଲଦାର ମକରଧୂଜ ମୁଣ୍ଡା । ମାଡ଼ ଖାଇଥିବା ତହସିଲ କର୍ମଚାରୀଙ୍କ ହେଲେ ମଳୟ କୁମାର ନାୟକ । ସେ ସଦର ତହସିଲରେ କନିଷ୍ଠ ରାଜସ୍ବ କିରାଣୀ ରୂପେ କାମ କରୁଥିଲେ । ଜାତିଗତ ପ୍ରମାଣ ପତ୍ରକୁ ନେଇ ହୋଇଥିବା ବଚସାରୁ ଏଭଳି କାଣ୍ଡ ଭିଆଇଥିଲେ ମକରଧୂଜ ମୁଣ୍ଡା ।