ଖାକି ପିନ୍ଧି ବେଫିକର ବ୍ରାଉନସୁଗର ବିକୁଥିଲେ… ତା’ ପରେ କ’ଣ ହେଲା ଜାଣନ୍ତୁ
1 min readଭୁବନେଶ୍ୱର: (ଅରୁଣ କୁମାର ସାହୁ) ପୋଲିସକୁ ବାନ୍ଧିଲା ପୋଲିସ। ପୋଲିସ ବନିଲା ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ କମିଶନରେଟ ପୋଲିସର ରିର୍ଜଭ ପୋଲସି କନେଷ୍ଟବଲ୍ ଜାନକୀ ବଲ୍ଲଭ ଭାରିମଲ୍ଲ ଗିରଫ। ଜେ.ଭାରିମଲ୍ଲ ଗିରଫ ପରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ଖୋଳତାଡ କରିବେ ଅତିରିକ୍ତ ଡିସିପି। ଭାରିମଲ୍ଲ ନାଁରେ ପୂର୍ବରୁ ଚୋରି, ଅପହରଣ ଓ ନିଶା କାରବାର ଭଳି ସଂଗୀନ ମାମଲା ରହିଛି।
ରାଜଧାନୀରେ ପୋଲିସୱାଲା ନିଶା ମାଫିଆ । ବର୍ଦ୍ଦି ବିକୁଛି ବ୍ରାଉନ ସୁଗର। ବଦନାମ କମିଶନରେଟ ପୋଲିସ। ଏକଥା ଶୁଣିଲେ ଆପଣକୁ ଟିକେ ଖଟକା ଲାଗୁଥିବା। ବସ୍ତାବରେ ଏ ଘଟଣା ସତ, କମିଶନରେଟ ପୋଲିସର ଡ୍ରଗ୍ସ ଟାସ୍କ ସ୍କାର୍ଡ ବ୍ରାଉନସୁଗର କାରବାର ଅଭିଯୋଗରେ ଜଣେ କନେଷ୍ଟବଳକୁ ଗିରଫ କରିଛି ପୋଲିସ। ଯିଏ ଦିନେ ମୁଦୁଲା ମାନଙ୍କର ହାତ ଧରି ଜେଲ ପଠାଉଥିଲେ, ଆଜି ସିଏ ନିଜେ ବନି ଯାଇଛି ଗୋଟେ ମୁଦୁଲା। ନାମ ଜାନକୀ ବଲ୍ଲଭ ଭାରିମଲ୍ଲ। ରିର୍ଜଭ ପୋଲିସରେ କନେଷ୍ଟବଳ। ଥାଟବାଟ ଚେହେରା ସାଙ୍ଗକୁ, ଦାମୀ ବୁଲେଟ । କନେଷ୍ଟବଳ ହୋଇଥିବାରୁ ଗିରଫ ଭୟ ନଥିଲା, ନିଶାଡି ହେଉ ଅବା ବେପାରୀଙ୍କୁ ପାଖରୁ ଧଳଜାହର ଆଣି ଚଲାଇଥିଲା ଧନ୍ଦା। ଭାରମଲ୍ଲ ଠାରୁ ୧୨ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବୁଲେଟ ଜବତ ହୋଇଛି।
କନେଷ୍ଟବଳ ଜାନକୀ ଭାରିମଲ୍ଲ ଜଣେ ଅଭ୍ୟାସଗତ ଅପରାଧୀ। ୨୦୦୫ ମସିହାରେ ହତ୍ୟା ପାଇଁ ଅପହରଣ ମାଲାରେ ଗିରଫ ହୋଇ ଜେଲ ଯାଇଥିଲା। ପ୍ରମାଣ ଓ ସାକ୍ଷୀ ଅଭବାରରୁ ନିର୍ଦ୍ଦୋଶରେ ଖଲାସ ହୋଇଥିଲା। ୨୦୧୧ ମସିହାରେ ଖଣ୍ଡଗିରି ଥାନା ଅଞ୍ଚଳରେ ମାରପିଟ ମାମଲାରେ ଥାନାରୁ ଜାମିନ ପାଇଥିଲା। ୨୦୧୮ ମସିହାରେ ଖୋର୍ଦ୍ଦ।ରେ ଚାକିରି କରୁଥିବା ବେଳେ ବାଇକ ଚୋରି ମାମାଲେର ଗିରଫ ହୋଇଥିଲା। ଭାରିମଲ୍ଲ ନାଁରେ ଚାର୍ଜସିଟ ହୋଇଥିବା ବେଳେ ଜାମିନରେ ଆସି ବ୍ରାଉନସୁଗାର କାରାବର କରୁଥିଲା। ନିଶା କାରାବର କନେଷ୍ଟବଳ ଜଣଙ୍କ ଗିରଫ ପରେ ଟେନସନରେ କମିଶନରେଟ ପୋଲିସ।
ଏଠାରେ ପ୍ରଶ୍ନ ଉଠୁଛି ନିଶା କାରାବରକୁ ନେଇ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ କରୁଥିବା ବେଳେ କଣ କରୁଥିଲା ଡ୍ରଗ୍ସ ସ୍କାଡ? କନେଷ୍ଟବଳ ଜଣଙ୍କ ବ୍ରାଉନସୁଗଗର ବିକ୍ରି କରୁଥିବା ନେଇ ପୋଲିସ ପାଖରେ ଖବର ନଥିଲା କି? ଯଦି ଜାଣିଥିଲା କାହିଁକି ଗିରଫ କରୁଥିଲା ସ୍କାର୍ଡ ? ପୋଲିସ ନିଶା ମାଫିଆ ନେଟୱାର୍କରେ କନେଷ୍ଟବଳ ବ୍ୟତୀତ ଆଉ କିଏ କିଏ ଅଛନ୍ତି? କେବେ ଠାରୁ କରୁଥିଲା ବେପାର ଓ କେଉଁଠାରୁ ଆଣୁଥିଲା ଧଳାଜହର ? ଖୋର୍ଦ୍ଦ।ର ନିଶା ମାଫିଆ ଛୋଟା ସହିତ ଲିଙ୍କ ଅଛି କି? ନିଶା କାରାବରରେ ତଳିଆ କର୍ମଚାରୀ ନାଁ ବଡବଡିଆ ବି ସାମିଲ ଅଛନ୍ତି? କନେଷ୍ଟବଳ ଜଣଙ୍କ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ପୋଲିସ ତା ଉପରେ କାହିଁକି ନଜର ରଖି ନଥିଲା? କନେଷ୍ଟବଳଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ସହିତ ନିଲମ୍ବନ କାହିଁକି କରିନଥିଲା କମିଶନରେଟ ପୋଲିସ। ଅନ୍ୟପଟେ ଭୁବନେଶ୍ୱରରୁ କନେଷ୍ଟବଳ ଜଣଙ୍କ ଗିରଫ ପରେ ପୁଣି ଥରେ ଖାକି ଧଳାଜହର ବିକୁଥିବା ସାମ୍ମାକୁ ଆସିଛି। । ଭୁବନେଶ୍ୱରରୁ ବାଲେଶ୍ୱର ସବୁଠି ଖାକିର ନିଶା ମାଫିଆ ଓ କାରାବରେ ଲିଙ୍କ ଆସିଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ଵାର ବାଲେଶ୍ୱରରୁ ନିଶା ମାଫିଆ ଏସ.କେ ରାଜାକୁ ସହଯ଼ୋଗ କରିବା ଅଭିଯ଼ୋଗରେ ଜଣେ ହାବିଲଦାର ଗିରଫ ହୋଇଥିଲା। ସେହିଭଳି ନିଶା କାରାବର ଅଭିଯ଼ୋଗରେ ରଞ୍ଜନ ଦେ ନାମକ ଜଣେ ପୋଲିସ କର୍ମଚାରୀ ସସ୍ପେଣ୍ଡ ହୋଇଛି। ପୋଲିସ ଯଦି ନିଶା କାରାବର କରିବ, ତେବେ ଅପରାଧୀକୁ ଧରିବ କିଏ? ')}