ସଫେଇ କର୍ମଚାରୀଙ୍କ ଝିଅ ବାହାଘର କଲା ପୋଲିସ, ଏସପି ସାଜିଲେ ଭାଇ
ଚୁରୁ: ରାଜସ୍ଥାନର ଚୁରୁ ପୋଲିସ ମାନବିକତାର ପରିଚୟ ଦେଇଛି । ଏଠାକାର ମ୍ୟୁନସିପାଲଟିରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଝିଅ ବାହାଘର ସମ୍ପୂର୍ଣ୍ଣ କରିଚି ଚୁରୁ ପୋଲିସ । ଖୋଦ ଏସପି ସଫେଇକର୍ମୀ ମାୟା ଦେବୀଙ୍କ ଭାଇ ସାଜି ସବୁ ପରମ୍ପରା ପାଳନ କରିଛନ୍ତି ।
ଚୁରୁର ସଦର ଥାନା ଏବଂ ପୋଲିସ ଲାଇନରେ କାର୍ଯ୍ୟରତ ଅଛନ୍ତି ମାୟା ଦେବୀ । ସେ ମାସିକ ୧୧୬୦ ଟଙ୍କା ପାଇ ପରିବାର ପ୍ରତିପୋଷଣ କରିଥାନ୍ତି । ମାୟାଦେବୀଙ୍କ ୬ ଜଣ ପୁଅଝିଅ ଅଛନ୍ତି । ମାୟା ଦେବୀଙ୍କ ଚତୁର୍ଥ ଝିଅର ନିକଟରେ ବିବାହ ସ୍ଥିର ହୋଇଥିଲା । ଯେଉଁ ଖବର ଜଣାପଡିବା ପରେ ସଦର ଥଖାନା ପୋଲିସ ଲାଇନର ଯବାନ ମାନେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ ।
ପୋଲିସକର୍ମୀ ମାନେ ଏ ସମ୍ପର୍କରେ ଏସପିଙ୍କୁ ଜଣାଇବା ପରେ ସେ ମାୟାଦେବୀଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କୁ ଭଉଣୀ କରିଥିଲେ । ଏହାପରେ ଭାଇର କର୍ତ୍ତବ୍ୟ କରିବାକୁ ଯାଇ ସବୁ ପୋଲିସକର୍ମୀ ମିଶି ତାଙ୍କୁ ଦେଢ ଲକ୍ଷ ଟଙ୍କା ନଗଦ ରାଶି, ୨୦ ଡ୍ରେସ ଓ ୩ହଳ ଅଳଙ୍କାର ଆଭୂଷଣ ପ୍ରଦାନ କରିଥିଲେ ।