ଗତବର୍ଷ ତୁଳନାରେ ଭୁବନେଶ୍ବରରେ ବଢିଛି ମାମଲା; ଟୁଇନସିଟିର ସିପିଙ୍କ ସମୀକ୍ଷା

ଭୁବନେଶ୍ୱର: ଟୁଇନ ସିଟିରେ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା କଲେ ପୋଲିସ କମିଶନର । ଗତବର୍ଷ ୨୦୨୩ ରେ ବିଭିନ୍ନ ଥାନାରେ ୧୭ ହଜାର ୬୭୫ କେସ ରୁଜୁ କରାଯାଇଥିଲା । ତେବେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୨୦ ହଜାର ୧୯ ଟି କେସ ରୁଜୁ ହୋଇଛି । କଟକରେ ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବାବେଳେ ଭୁବନେଶ୍ୱରରେ କେସ ବଢିଛି । ଗତବର୍ଷ ନଭେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱରରେ ୧୦ ହଜାର ୮୭୩ କେସ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୧୩ ହଜାର ୪ ଶହ ୧୧ କେସ ରୁଜୁ କରାଯାଇଛି । ସମସ୍ତ ଅଭିଯୋଗକୁ ଗ୍ରହଣ କରିବା ସହ ଏତଲାକାରୀଙ୍କୁ ଯଥୋଚିତ ସମ୍ମାନ ଦେବାକୁ କୁହାଯାଇଛି ।

ସେପଟେ ଗତବର୍ଷ ଅପେକ୍ଷା ଟୁଇନ ସିଟିରେ ମର୍ଡର, ରେପ୍ କମିଥିବା କହିଛନ୍ତି ପୋଲିସ କମିଶନର। ଆଗାମୀ ଦିନରେ କମିଶନରେଟ ପୋଲିସ ପୂର୍ବପରି ପିପୁଲସ ଫ୍ରେଣ୍ଡଲି ହେବାକୁ ଚେଷ୍ଟା କରୁଛି । ତେଣୁ ପୋଲିସ ବ୍ୟବସ୍ଥାକୁ ସହରରେ ଆହୁରି ସୁଦୃଢ କରିବା ପାଇଁ ସାଧାରଣ ଲୋକେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

ନଜର ପକାନ୍ତୁ