ଅପରାଧ ମୁକ୍ତି ହେବ ବସ୍ତି, ସାଧାରଣ ଲୋକଙ୍କ ସହ ବନ୍ଧୁତା ବାନ୍ଧୁଛି ପୋଲିସ

ଭୁବନେଶ୍ୱର: ଅପରାଧ ମୁକ୍ତ ବସ୍ତି ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସର ଜୋରଦାର ପ୍ରୟାସ । ଲୋକଙ୍କ ନିକଟତର ହେବା ସହ ବସ୍ତି ଲୋକଙ୍କ ସହ ମିଶି ସଫେଇ କଲା ପୋଲିସ । ବସ୍ତି ଲୋକଙ୍କୁ ମନରେ ପୋଲିସ ପ୍ରତି ଥିବା ଭୟ ଦୂର ଓ ସମସ୍ୟା ସମାଧାନ କରିବୂାକୁ ପୋଲିସ ଏଭଳି  ପଦକ୍ଷେପ ନେଇଛି ।

ଆଜି ଭୁବନେଶ୍ବରରେ ବିଭିନ୍ନ ବସ୍ତିରେ ପୋଲିସର ବସ୍ତି ମିତ୍ର ବସ୍ତି ବାସିନ୍ଦାଙ୍କ ସିହତ ମିଶି ସଚେତନତା କରିଥିଲା । ସାଧାରଣ ଲୋକଙ୍କ ସହ ପୋଲିସ କିପରି ବନ୍ଧୁତ୍ୱ ସ୍ଥାପନ କରିବ  । ସାଧାରଣ ଲୋକ ଯେପରି ପୋଲିସ ପାଖରେ ଅଭିଯୋଗ କରିବାକୁ ସହଜ ମନେ କରିବେ, ସେନେଇ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି  ।

Leave a Reply